ଲାଲୁଙ୍କ ମଡ଼େଲ ଆପଣେଇବେକି ହେମନ୍ତ ?
ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ନିର୍ବାଚନ ଆୟୋଗ ସୁପାରିଶ କରିଛନ୍ତି । ଏହି ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ହେମନ୍ତ ସୋରେନ ଝାଡଖଣ୍ଡରେ ‘ରାବିଡି ମଡେଲ’କୁ ଆପଣେଇବେକି? ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ବାସ୍ତବରେ ୧୯୯୬ ମସିହାରେ, ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନାମ ଚାରା ଦୁର୍ନୀତିରେ ଆସିବା ପରେ ବିରୋଧୀଙ୍କ […]
ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ନିର୍ବାଚନ ଆୟୋଗ ସୁପାରିଶ କରିଛନ୍ତି । ଏହି ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ହେମନ୍ତ ସୋରେନ ଝାଡଖଣ୍ଡରେ ‘ରାବିଡି ମଡେଲ’କୁ ଆପଣେଇବେକି? ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ବାସ୍ତବରେ ୧୯୯୬ ମସିହାରେ, ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନାମ ଚାରା ଦୁର୍ନୀତିରେ ଆସିବା ପରେ ବିରୋଧୀଙ୍କ ବିରୋଧକୁ ଦେଖି ସମସ୍ତେ ଅନୁମାନ କରିଥିଲେ ଯେ ଲାଲୁ ଯାଦବଙ୍କ ରାଜନୀତି ଶେଷ ହେବାକୁ ଯାଉଛି ।
ଆଉ ତା’ପରେ ଲାଲୁ ଯାଦବ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ସେ ତାଙ୍କ ପତ୍ନୀ ରାବିଡି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରିଥିଲେ । ଏହିପରି ଭାବରେ, ଲାଲୁ ଯାଦବ ପଦବୀରେ ନଥିଲେ ମଧ୍ୟ ସମସ୍ତ ନିଷ୍ପତ୍ତି ନେଉଥିଲେ । ବିଧାନସଭା ସଦସ୍ୟତା ବାତିଲ ହେବା ପରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ । ଏହା ସହ ଝାଡ଼ଖଣ୍ଡ ସରକାରଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ପଡିବ । ବର୍ତ୍ତମାନ ଝାଡଖଣ୍ଡରେ ଏକ ଗଠବନ୍ଧନ ସରକାର ଅଛି । ଏହି ଗଠବନ୍ଧନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ଆରଜେଡି ଏବଂ ଏନସିପି ମଧ୍ୟ ରହିଛନ୍ତି । ଆଉ ନୂତନ ନେତା ବାଛିବା ପାଇଁ ହେମନ୍ତଙ୍କୁ ଅନ୍ୟ ଦଳ ସହ ମଧ୍ୟ ଆଲୋଚନା କରିବାକୁ ପଡିବ ।
ବିଜେପି ନେତା ନିଶିକାନ୍ତ ଦୁବେ କହିଛନ୍ତି ଯେ ହେମନ୍ତ ସୋରେନ ଏହି ପଦରୁ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବେ ଆଉ ନିଶିକାନ୍ତଙ୍କ ଏହି ବୟାନ ପରେ କଳ୍ପନାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ରାବିଡି ମଡେଲ କୁହାଯାଉଛି କାରଣ ରାବିଡି ଯାଦବ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କର ରାଜନୀତିରେ କୌଣସି ଅଭିଜ୍ଞତା ନଥିଲା । ସେହିଭଳି କଳ୍ପନା ସୋରେନ ଏକ ରାଜନୈତିକ ପରିବାରରୁ ଆସିଥିଲେ ବି ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନାହିଁ । କଳ୍ପନା ସୋରେନ୍ ରାଞ୍ଚିରେ ଏକ ପ୍ଲେ ସ୍କୁଲ ଚଳାଉଥିବାବେଳେ ରାଜନୀତିଠାରୁ ଦୂରରେ ରହିଥାନ୍ତି ।




