ଭୋଟ୍‌ ଦିଅ ମାଗଣା ବିଜୁଳି ନିଅ: କେଜରିୱାଲ୍‌

ନୂଆଦିଲ୍ଲୀ: ଜୁଲାଇ ୦୫: ମୁଁ ଯାଦୁଗର । କେବଳ ମୋତେ ହିଁ ଜଣା କେମିତି ୨୪ ଘଣ୍ଟା ମାଗଣାରେ ବିଜୁଳି ଦିଆଯାଏ । ଏହି ଯାଦୁ କାହାକୁ ଜଣା ନାହିଁ । ପୂରା ଦୁନିଆରେ ଏ ପର୍ଯ୍ୟନ୍ତ ୨୪ ଘଣ୍ଟା ମାଗଣା ବିଜୁଳି କେହି ଦେଇ ନାହାନ୍ତି । ଭଗବାନ କେବଳ ଏହି ବିଦ୍ୟା ମୋତେ ଦେଇଛନ୍ତି । ଗୁଜରାଟରେ ଏମିତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆମ୍‌ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୦୫: ମୁଁ ଯାଦୁଗର । କେବଳ ମୋତେ ହିଁ ଜଣା କେମିତି ୨୪ ଘଣ୍ଟା ମାଗଣାରେ ବିଜୁଳି ଦିଆଯାଏ । ଏହି ଯାଦୁ କାହାକୁ ଜଣା ନାହିଁ । ପୂରା ଦୁନିଆରେ ଏ ପର୍ଯ୍ୟନ୍ତ ୨୪ ଘଣ୍ଟା ମାଗଣା ବିଜୁଳି କେହି ଦେଇ ନାହାନ୍ତି । ଭଗବାନ କେବଳ ଏହି ବିଦ୍ୟା ମୋତେ ଦେଇଛନ୍ତି । ଗୁଜରାଟରେ ଏମିତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆମ୍‌ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ ସୋମବାର ଦିଲ୍ଲୀ ଏବଂ ପଞ୍ଜାବ ପରି ଗୁଜରାଟରେ ମଧ୍ୟ ୩୦୦ ୟୁନିଟ୍‌ ବିଜୁଳି ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ତାଙ୍କ ଦଳ ସରକାରକୁ ଆସିଲେ ମାଗଣା ବିଜୁଳି ଯୋଗାଇବେ । ଗୁଜରାଟବାସୀଙ୍କୁ ମାଗଣାରେ ବିଜୁଳି ଉପଲବ୍ଧ କରାଇବା ସମ୍ଭବ, ଯଦି ସେମାନେ ରାଜ୍ୟରେ ସଚ୍ଚୋଟ ପାର୍ଟିକୁ କ୍ଷମତାକୁ ଆଣିବେ । ତାଙ୍କ ପାର୍ଟି ଦିଲ୍ଲୀ ଏବଂ ପଞ୍ଜାବରେ ଏହା କରି ଦେଖାଇଛି ଯେ, ଆପ୍‌ ନିଜ ପ୍ରତିଶ୍ରୁତିରେ କାଏମ ରହିଛି । ଗୁଜରାଟରେ ବି ଶସ୍ତା, ମାଗଣା ୨୪ ଘଣ୍ଟା ବିଜୁଳି ମିଳି ପାରିବ । ସର୍ତ୍ତ କେବଳ ଗୋଟିଏ, ଆପଣଙ୍କୁ ସରକାର ବଦଳାଇବାକୁ ପଡିବ । ଏକ ସଚ୍ଚୋଟ ପାର୍ଟିକୁ ଆଣିବାକୁ ପଡିବ ।ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆପ୍‌ ସୁପ୍ରିମୋ କହିଛନ୍ତି, ଯେବେ ଆମେ ଦିଲ୍ଲୀରେ ବିଜୁଳି ମାଗଣାରେ ଦେଇଥିଲୁ ସେହି ସମୟରେ ବିଜେପି ଏବଂ କଂଗ୍ରେସ ନେତା କହୁଥିଲେ ଦିଲ୍ଲୀ ଛୋଟ ରାଜ୍ୟ, ଏଠାରେ ବିଜୁଳି ମାଗଣାରେ ଦିଆଯାଇ ପାରିବ । ମାତ୍ର ବଡ ରାଜ୍ୟରେ ଏମିତି ହୋଇ ପାରିବ ନାହିଁ । ଏହା ପରେ ଭଗବାନ ଆମକୁ ପଞ୍ଜାବ ପରି ବଡ ରାଜ୍ୟ ଦେଇଛନ୍ତି । ମାତ୍ର ତିନି ମାସ ଭିତରେ ଆମେ ଏଠାରେ ଜୁଲାଇ ୧ରୁ ମାଗଣା ବିଜୁଳି ଯୋଗାଣ ଆରମ୍ଭ କରିଛୁ ।