ଯୋଗୀଙ୍କ ସହିତ ଲଢ଼ିବେ ଚନ୍ଦ୍ରଶେଖର ଆଜାଦ୍
ଲକ୍ଷ୍ନୌ: ଜାନୁଆରୀ ୨୦: ୟୁପି ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ମାହୋଲ ସେତେ ଗରମ ହେଉଛି । ୟୁପି ବିଧାନସଭା ନିର୍ବାଚନରେ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଆଜାଦ ସମାଜ ଦଳର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ଲଢ଼ିବେ ବୋଲି ଘୋଷଣା ହୋଇଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ନିମନ୍ତେ ଜାନୁଆରୀ ୧୮ ତାରିଖ ଦିନ ଆଜାଦ ସମାଜ ଦଳ ପ୍ରଥମ ୩୩ଜଣ ପ୍ରାର୍ଥୀଙ୍କ ନାମ […]
ଲକ୍ଷ୍ନୌ: ଜାନୁଆରୀ ୨୦: ୟୁପି ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ମାହୋଲ ସେତେ ଗରମ ହେଉଛି । ୟୁପି ବିଧାନସଭା ନିର୍ବାଚନରେ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଆଜାଦ ସମାଜ ଦଳର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ଲଢ଼ିବେ ବୋଲି ଘୋଷଣା ହୋଇଛି ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ନିମନ୍ତେ ଜାନୁଆରୀ ୧୮ ତାରିଖ ଦିନ ଆଜାଦ ସମାଜ ଦଳ ପ୍ରଥମ ୩୩ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଥିଲା । ହେଲେ ଦଳର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ କେଉଁ ଆସନରୁ ଲଢ଼ିବେ, ତାହାର ସୂଚନା ମିଳନଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଆଜାଦ ସମାଜ ଦଳର ମୁଖ୍ୟ ଲଢ଼ିବା ଖବର ପରେ ଦୁଇ ଦଳ ଚଳଚଞ୍ଚଳ ହୋଇଉଠିଛନ୍ତି । ସୂଚନା ଥାଉଯେ, ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।




