ବିଜେପିରେ ମିଶିଲେ ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା
ଲକ୍ଷ୍ନୌ: ଜାନୁଆରୀ ୧୯: ୟୁପି ନିର୍ବାଚନ ହେବା ପୂର୍ବରୁ ମୁଖ୍ୟ ରାଜନୈତିକ ଦଳରେ ଏକ ବଡ଼ ଧରଣ ଅଦଳବଦଳ ହୋଇଛି । ସମାଜବାଦୀ ଦଳର ଜଣେ ଲୋକପ୍ରିୟ ନେତ୍ରୀ ଶାସକ ଦଳ ବିଜେପିରେ ମିଶିଛନ୍ତି । ଫଳରେ ୟୁପି ନିର୍ବାଚନ ପୂର୍ବରୁ ବିଜେପି ଶକ୍ତିଶାଳୀ ହୋଇ ଉଠିଛି । ସୂଚନା ଅନୁସାରେ, ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ମିଶିଛନ୍ତି । ଅପର୍ଣ୍ଣା ହେଉଛନ୍ତି, ସମାଜବାଦୀ ଦଳର ମୁଖ୍ୟନେତା ଅଖିଳେଶ ଯାଦବଙ୍କ […]
ଲକ୍ଷ୍ନୌ: ଜାନୁଆରୀ ୧୯: ୟୁପି ନିର୍ବାଚନ ହେବା ପୂର୍ବରୁ ମୁଖ୍ୟ ରାଜନୈତିକ ଦଳରେ ଏକ ବଡ଼ ଧରଣ ଅଦଳବଦଳ ହୋଇଛି । ସମାଜବାଦୀ ଦଳର ଜଣେ ଲୋକପ୍ରିୟ ନେତ୍ରୀ ଶାସକ ଦଳ ବିଜେପିରେ ମିଶିଛନ୍ତି । ଫଳରେ ୟୁପି ନିର୍ବାଚନ ପୂର୍ବରୁ ବିଜେପି ଶକ୍ତିଶାଳୀ ହୋଇ ଉଠିଛି ।
ସୂଚନା ଅନୁସାରେ, ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ମିଶିଛନ୍ତି । ଅପର୍ଣ୍ଣା ହେଉଛନ୍ତି, ସମାଜବାଦୀ ଦଳର ମୁଖ୍ୟନେତା ଅଖିଳେଶ ଯାଦବଙ୍କ ଭାଇ ମୁଲାୟମ ସିଂ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ।
ଅପର୍ଣ୍ଣାଙ୍କ ମିଶ୍ରଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ, ବିଜେପି ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତ ରହିଥିଲେ । ତେବେ ଅପର୍ଣ୍ଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଥିବା ନେଇ କହିଛନ୍ତି ।
ସୂଚନା ଯୋଗ୍ୟଯେ, ୨୦୧୭ରେ ଅପର୍ଣ୍ଣା ସମାଜବାଦୀ ଦଳରୁ ଟିକେଟ୍ ପାଇ ଲକ୍ଷ୍ନୌ କ୍ୟାଣ୍ଟ୍ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ହେଲେ ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କଠାରୁ ପରାସ୍ତ ହୋଇଥିଲେ । ତେବେ ଏହାପରଠାରୁ ଅପର୍ଣ୍ଣା ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଧରିଥିଲା ।




