ଗୁଜରାଟ ନିର୍ବାଚନ: ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ଅମିତଙ୍କ ଗୋଟି ଚାଳନା

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ବିଦ୍ରୋହୀ । ଟିକେଟ ପାଇ ନଥିବା ଦଳୀୟ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮୨ ଆସନରୁ ୧୬୦ଟି ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ସମୟରେ ଦଳ ୩୮ ଜଣ ନେତାଙ୍କ ଟିକେଟ କାଟି ଦେଇଛି । ଏହାକୁ ନେଇ ଅସନ୍ତୋଷ ବଢ଼ୁଛି । ତେଣୁ ବିଦ୍ରୋହୀଙ୍କୁ […]

Samaya Live Picture
Published On

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ବିଦ୍ରୋହୀ । ଟିକେଟ ପାଇ ନଥିବା ଦଳୀୟ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮୨ ଆସନରୁ ୧୬୦ଟି ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ସମୟରେ ଦଳ ୩୮ ଜଣ ନେତାଙ୍କ ଟିକେଟ କାଟି ଦେଇଛି । ଏହାକୁ ନେଇ ଅସନ୍ତୋଷ ବଢ଼ୁଛି । ତେଣୁ ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦଳ ପ୍ରତି ଆନୁଗତ୍ୟ ରଖିଥିବା ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି । ବିଦ୍ରୋହୀଙ୍କ ସହ ବେଶ ସ୍ନେହ ଓ ଆଦର ସହ କଥାବାର୍ତ୍ତା କରି ସ୍ଥିତିକୁ ସ୍ୱାଭାବିକ କରିବାକୁ ସେ ମନ୍ତ୍ର ଦେଇଛନ୍ତି । ଏଥିସହ ସେ ବିଦ୍ରୋହୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ମଧ୍ୟ କହିଛନ୍ତି ।

ଦିନକ ପୂର୍ବରୁ ଗାନ୍ଧିନଗରର କମାଲାମରେ ବିଜେପି ନେତା ଓ କର୍ମୀମାନେ କିଛି ଆସନରେ ପ୍ରାର୍ଥୀ ଚୟନକୁ ବିରୋଧ କରି ଦଳୀୟ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କରିଥିଲେ । ଏହି ବିକ୍ଷୋଭ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ବିଦ୍ରୋହୀଙ୍କୁ ବୁଝାଇବା ପାଇଁ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ନେଇ ଗୋଟିଏ ଟିମ ଗଠନ କରାଯାଇଛି । ଟିମରେ ଥିବା ସଦସ୍ୟମାନେ ବିଦ୍ରୋହୀଙ୍କ ପାଖକୁ ଯାଇ ସେମାନଙ୍କ ସହ ଆଲୋଚନା କରିବେ । ସେମାନଙ୍କୁ ବୁଝାଇବା ପାଇଁ ଟିମର ସଦସ୍ୟମାନେ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଦୀର୍ଘ ୨୭ ବର୍ଷ ହେଲା ବିଜେପି ଗୁଜରାଟରେ କ୍ଷମତାରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହୋମ ଷ୍ଟେଟ ହେଉଛି ଗୁଜରାଟ । ତଥାପି ଦଳ ଏଥର ବିଜୟ ନେଇ ସମାନ୍ୟ ଶଙ୍କାରେ ରହିଛି । ଏପରି ସ୍ଥିତିରେ ଦଳୀୟ ନେତାଙ୍କ ବିଦ୍ରୋହ ଦଳକୁ ଆହୁରି ଚିନ୍ତାରେ ପକାଇଛି । ତେଣୁ ତୁରନ୍ତ ବିବାଦର ସମାଧାନ ପାଇଁ ନିଜେ ଅମିତ ଶାହ ବରିଷ୍ଠ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । ଗତ ରବିବାର ଅମିତ ଶାହ ଗୁଜରାଟର ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ । ଗୁଜରାଟ ନିର୍ବାଚନ ପାଇଁ ରଣନୀତି କ’ଣ ରହିବ, ସେ ବିଷୟରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା ହୋଇଥିଲା । ପ୍ରାୟ ୫ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା ।