୨୩ ଓଏଏସ୍ ଅଫିସଙ୍କୁ ବଦଳି
By: Samaya Live News
ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା ବିଭାଗରେ ବଡ଼ ଧରଣର ବଦଳି । ୨୩ ଓଏଏସ ଅଧିକାରୀଙ୍କର ହୋଇଛି ବିଭାଗ ପରିବର୍ତ୍ତନ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ ଅନୁଯାୟୀ, ମୋ-ସ୍କୁଲ ଅଭିଯାନର ଓଏସ୍ଡି କାବେରୀ ମୁଦୁଲିଙ୍କୁ ଯାଜପୁର ଜିଲା ବିଞ୍ଝାରପୁର ତହସିଲଦାର ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଡିଏସ୍ଆର ସମୀର ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି। ସେହିପରି ବିଦ୍ୟାରଶ୍ମୀ ସାହୁଙ୍କୁ କେନ୍ଦ୍ରାପଡ଼ା ଡିଏସ୍ଆର୍ ଭାବେ ବଦଳି କରାଯାଇଥିବାବେଳେ ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ଅନ୍ୟ ୧୯ ଜଣ ଅଧିକାରୀଙ୍କୁ ତହସିଲଦାର, ଡେପୁଟି କଲେକ୍ଟର ଭାବେ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସମ୍ବନ୍ଧିତ ଖବର ରାଜ୍ୟରେ ଚାଲିଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି - ମନ୍ତ୍ରୀ
ସମ୍ବନ୍ଧିତ ଖବର ରାଜରାସ୍ତା ଅବରୋଧ କଲେ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ
Tags:


