୨୩ ଓଏଏସ୍‌ ଅଫିସଙ୍କୁ ବଦଳି

୨୩ ଓଏଏସ୍‌ ଅଫିସଙ୍କୁ ବଦଳି

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା ବିଭାଗରେ ବଡ଼ ଧରଣର ବଦଳି । ୨୩ ଓଏଏସ ଅଧିକାରୀଙ୍କର ହୋଇଛି ବିଭାଗ ପରିବର୍ତ୍ତନ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ ଅନୁଯାୟୀ, ମୋ-ସ୍କୁଲ ଅଭିଯାନର ଓଏସ୍‌ଡି କାବେରୀ ମୁଦୁଲିଙ୍କୁ ଯାଜପୁର ଜିଲା ବିଞ୍ଝାରପୁର ତହସିଲଦାର ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଡିଏସ୍‌ଆର ସମୀର ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି। ସେହିପରି ବିଦ୍ୟାରଶ୍ମୀ ସାହୁଙ୍କୁ କେନ୍ଦ୍ରାପଡ଼ା ଡିଏସ୍‌ଆର୍‌ ଭାବେ ବଦଳି କରାଯାଇଥିବାବେଳେ ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ଅନ୍ୟ ୧୯ ଜଣ ଅଧିକାରୀଙ୍କୁ ତହସିଲଦାର, ଡେପୁଟି କଲେକ୍ଟର ଭାବେ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର

 

ସମ୍ବନ୍ଧିତ ଖବର ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ୱର, କଂଗ୍ରେସ - ବିଜେଡି କୋଳାକୋଳି

Tags: