ଉଦ୍ଧବଙ୍କ ବିଦ୍ରୋହୀ କୁହାଯାଉଥିବା ୧୨ଜଣ ସାଂସଦଙ୍କୁ ମିଳିଲା ‘ୱାଇ’ ବର୍ଗର ସୁରକ୍ଷା
ମୁମ୍ବାଇ: ବିଧାୟକଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇପାରନ୍ତି ସାଂସଦ । ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚା ମଧ୍ୟରେ ଆଜି ଉଦ୍ଧବଙ୍କ ସହ ଥିବା ୧୨ଜଣ ସାଂସଦଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦିଆଯାଇଛ । ଗତକାଲି ୧୨ଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଜଣେ ନେତା ଭାବରେ ସ୍ୱୀକୃତି ଦେବାକୁ […]
ମୁମ୍ବାଇ: ବିଧାୟକଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇପାରନ୍ତି ସାଂସଦ । ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚା ମଧ୍ୟରେ ଆଜି ଉଦ୍ଧବଙ୍କ ସହ ଥିବା ୧୨ଜଣ ସାଂସଦଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦିଆଯାଇଛ ।
ଗତକାଲି ୧୨ଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଜଣେ ନେତା ଭାବରେ ସ୍ୱୀକୃତି ଦେବାକୁ ଅନୁରୋଧ କରିଥିଲେ । ହେଲେ ବାଚସ୍ପତି ତାଙ୍କ ଚିଠି ଉପରେ ଏପର୍ଯ୍ୟନ୍ତ କେଣସି ନିଷ୍ପତ୍ତି ନେଇ ନାହାଁନ୍ତି । ତେବେ ଚିଠି ଲେଖିବା ପରେ ଏବେ ୧୨ଜଣ ସାଂସଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ସିନ୍ଦେଙ୍କ ଗୋଷ୍ଠୀ ଗତକାଲି ମହାରାଷ୍ଟ୍ରରେ ଏକ ବେଠକ କରିଥିଲେ । ଏହି ବେଠକରେ ଉଦ୍ଧବଙ୍କ ୧୪ଜଣ ଶିବସେନା ସାଂସଦ ମଧ୍ୟ ଅନଲାଇନରେ ଅଂଶଗ୍ରହଣ କରିଥିଲେ । ରାଷ୍ଟ୍ରପତି ର୍ନିବାଚନ ପରେ ୧୪ଜଣ ସାଂସଦ ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରିବେ ବୋଲି କହିଥିବା ଚର୍ଚ୍ଚା ହେଉଥିଲା ।
କୁହାଯାଇଥିଲା ଯେ, ସିନ୍ଦେ ଏବଂ ଫଡନାବିସ୍ ସୋମବାର ରାତିରେ ଶିବସେନା ସାଂସଦଙ୍କ ସହ ଦିଲ୍ଲୀ ଯିବେ । ସେ ସେଠାରେ ମଙ୍ଗଳବାର ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସିନ୍ଦେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।
ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବଙ୍କ ସହ ଥିବା ୧୪ଜଣ ସାଂସଦ ସିନ୍ଦେ ଗୋଷ୍ଠୀଙ୍କ ସହ ହାତ ମିଳାଇଥିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିବେ । ତେବେ ୧୨ଜଣ ସାଂସଦ ସିନ୍ଦେଙ୍କ ସହ ହାତ ମିଳାଇଥିବା ନେଇ କେଣସି ଅଧିକାରୀକ ଘୋଷଣା ହୋଇନଥିଲେ ବି ‘ୱାଇ’ ବର୍ଗର ସୁରକ୍ଷା ମିଳିବା ପରେ ସେମାନେ ସିନ୍ଦେଙ୍କ ଗୋଷ୍ଠୀରେ ଖୁବଶୀଘ୍ର ସାମିଲ ହେବେ ବୋଲି କୁହାଯାଉଛି ।




