ସବୁଠାରେ ଅଛ ଲୁଚି

ତୁମେ ଅଛ ଫୁଲ ଫଳେ ନଦୀ ଝର ଜଳେ ଆସେ ଦିନ ରାତି ତୁମ କରୁଣାର ବଳେ ଆକାଶ ଛାତିରେ ତୁମେ ଖଞ୍ଜି ଅଛ ତାରା ଜହ୍ନରୁ ଖସେ ଆଲୋକ ଜୋଛନାର ଧାରା କଳାମେଘ କୋଳେ ତୁମେ ଢାଳିଦିଅ ପାଣି ଫଳରେ ମଧୁର ରସ ଦେଇଅଛ ଜାଣି ଫୁଲରେ ସୁବାସ ପୁଣି ଶିଶୁ ଓଠେ ହସ ଛବିଳ ସଂସାର ଗଢି କରିଅଛ ବଶ ତୁମରି ଆଦେଶେ ପକ୍ଷୀ ଉଡେ ପର ଝାଡ଼ି ଝରଣାଟି ଗୀତଗାଇ ଯାଏ ଦୂରେ […]

Samaya Live Picture
Published On

ତୁମେ ଅଛ ଫୁଲ ଫଳେ
ନଦୀ ଝର ଜଳେ
ଆସେ ଦିନ ରାତି ତୁମ
କରୁଣାର ବଳେ

ଆକାଶ ଛାତିରେ ତୁମେ
ଖଞ୍ଜି ଅଛ ତାରା
ଜହ୍ନରୁ ଖସେ ଆଲୋକ
ଜୋଛନାର ଧାରା

କଳାମେଘ କୋଳେ ତୁମେ
ଢାଳିଦିଅ ପାଣି
ଫଳରେ ମଧୁର ରସ
ଦେଇଅଛ ଜାଣି

ଫୁଲରେ ସୁବାସ ପୁଣି
ଶିଶୁ ଓଠେ ହସ
ଛବିଳ ସଂସାର ଗଢି
କରିଅଛ ବଶ

ତୁମରି ଆଦେଶେ ପକ୍ଷୀ
ଉଡେ ପର ଝାଡ଼ି
ଝରଣାଟି ଗୀତଗାଇ
ଯାଏ ଦୂରେ ମାଡି

ତୁମେ ବାନ୍ଧିଅଛ ସ୍ନେହ
ମମତାର ଡୋର
ଗଢ଼ିଛ ସରଗସମ
ସୁନ୍ଦର ଏ ଘର

ସବୁଠାରେ ଅଛ ଲୁଚି
ନ ଦିଅ ତ ଦେଖା
ମଣିଷ ଭୁଞ୍ଜଇ ସୁଖ
ଦୁଃଖ ଯାହା ଲେଖା