odia poem
କବିତା 

ପାହାନ୍ତି ପ୍ରେମର ଉଷ୍ମତା

ପାହାନ୍ତି ପ୍ରେମର ଉଷ୍ମତା ସତ କି ସ୍ୱପ୍ନ ମୁଁ ଜାଣିନି ହେଲେ ସପନ ରାଇଜେ ମନ ମୋ ଖୋଜୁଥାଏ ତାକୁ ବାହାନା ଲୋଡୁଥାଏ ତା ଓଠ ହସ ବଗିଚାରେ ନିଜକୁ ହଜେଇ ଦେବାକୁ ରାତିର ଗହମ ନିଦରେ ସେ ଆସି ପାଇନ୍ତରା ମାରେ ମୋ ମନ ଅଗଣାରେ ନିରବୀ ହୃଦୟ ମୋ ଶିହରୀ ଉଠଇ ତା ଶିଥିଳ ଅଶରିରୀ ସ୍ପର୍ଶରେ । ଫିକା ବାଦଲର ଆଢୁଆଳରେ ଲାଜର ଗହଣା ନାଇଁ କଣେଇ ଚାଉଁଥିବା ସେ ଜହ୍ନ ସେ ଚାହାଣିର ନିଶାଣ ସାଜି […]
Read More...
କବିତା 

ଆସିଲାଣି ସଞ୍ଜ

ଆସିଲାଣି ସଞ୍ଜ ଆକାଶର ରଙ୍ଗ ଧୂସର ଦିଶୁଛି ମଉଳିଗଲାଣି ଖରା ଫେରିଯିବା ପାଇଁ ଦିନ ସଜବାଜ ନୀରବି ଯାଉଚି ଧରା ମାଆ କହିଲେଣି ସଞ୍ଜ ନଇଁଲାଣି ସଅଳ ସାରିକି ଖେଳ କୁନା ମୁନା ରୁନା ଫେରି ଆସ ଘରେ ହେଲାଣି ପଢିବାବେଳ ତୁମ ଆଗେ ଲମ୍ବା ସମୟ ପଡିଛି ମୋ ପାଖେ ସମୟ ନାହିଁ ଘରର ପାଇଟି ସାରିଦେବି ସବୁ ସଞ୍ଜ ଚାଲିଯିବ ଧାଇଁ ନୀଡ଼ ଲେଉଟାଣି ପକ୍ଷୀ ଫେରିଲେଣି ଥଣ୍ଟରେ ଆହାର ଧରି ରାତି ଆସିଲାଣି ଚଷାପୁଅ ଫେରେ […]
Read More...
କବିତା 

ସବୁଠାରେ ଅଛ ଲୁଚି

ସବୁଠାରେ ଅଛ ଲୁଚି ତୁମେ ଅଛ ଫୁଲ ଫଳେ ନଦୀ ଝର ଜଳେ ଆସେ ଦିନ ରାତି ତୁମ କରୁଣାର ବଳେ ଆକାଶ ଛାତିରେ ତୁମେ ଖଞ୍ଜି ଅଛ ତାରା ଜହ୍ନରୁ ଖସେ ଆଲୋକ ଜୋଛନାର ଧାରା କଳାମେଘ କୋଳେ ତୁମେ ଢାଳିଦିଅ ପାଣି ଫଳରେ ମଧୁର ରସ ଦେଇଅଛ ଜାଣି ଫୁଲରେ ସୁବାସ ପୁଣି ଶିଶୁ ଓଠେ ହସ ଛବିଳ ସଂସାର ଗଢି କରିଅଛ ବଶ ତୁମରି ଆଦେଶେ ପକ୍ଷୀ ଉଡେ ପର ଝାଡ଼ି ଝରଣାଟି ଗୀତଗାଇ ଯାଏ ଦୂରେ […]
Read More...
କବିତା 

ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ

ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ ଏଇ ଆମ ଓଡିଶା ଭାଷା ଆମର ଓଡ଼ିଆ ନାମରେ ମଧୁର ଅଛି ଲାଗେ ଭାରି ବଢିଆ । ଏଇ ଭାଷାରେ କେତେ ଯେ କବି ଉତ୍ପତ୍ତି ହୋଇ କାବ୍ୟ କବିତା ମହାପୁରାଣ ଅଛନ୍ତି ଲେଖି । । ଭାଷା କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ମଧୁବାବୁ ଗୋପବନ୍ଧୁ ଦାସ ଆହ୍ୱାନ ଦେଲେ । ତାଙ୍କର ବାଣୀ ସାରା ରାଇଜେ ପ୍ରଚାର ହେଲା ଓଡିଆ ସବୁ ଏକତ୍ରିତ ଆନ୍ଦୋଳନ କରିଲେ ଭଲା । । ଆନ୍ଦୋଳନ […]
Read More...
କବିତା 

ପାହାଡି ଝରଣା

ପାହାଡି ଝରଣା ସେଇ ଦୂର ପାହାଡି ଝରଣା ନେତ୍ର ଫଳକକୁ ଆହ୍ଲାଦ ଦିଏ ଦିଗନ୍ତ ବିସ୍ତାରିଥିବା ନୀଳ ଆକାଶ ବି ତା ଠୁ ଟିକେ କମ୍‌ ନୀଳ ଲାଗେ ବଂଶୀର ମଧୁର ମୂର୍ଚ୍ଛନାବି ଫିକାଲାଗେ ତା କଳକଳ ନାଦ ଠାରୁ କେଜାଣି କେଉଁଠୁ ନିର୍ଗତ ହୁଏ ସେ ମା କୋଳର ନିସ୍ୱାର୍ଥ ପ୍ରେମ ପରି ନିର୍ବିକାରେ ଝରିଯାଏ ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇବା ଅର୍ଥେ କିନ୍ତୁ ସତରେ ସେ କେଡେ ଏକା ? ମନର ଏକାକି ଭାବକୁ ନେଇ ଝରୁଥାଏ ସତେ […]
Read More...
କବିତା 

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି ଆଲୋକର ପର୍ବ ଦୀପାବଳି ଆସେ ହସେ ଏ ମରତ ଭୁଇଁ ଦୀପାବଳି ଆଲୋକେ ଘର ଦ୍ୱାର ହସେ କାକର ପେଟା ପଡ଼ଇ । । ପିଲାଠାରୁ ବଡ଼ ସଭିଏଁ ଫୁଟାନ୍ତି ଜାତି ଜାତି ବାଣ ଶୀତେ ଏଇ ଦିନେ ସର୍ବେ ଆନନ୍ଦେ ବିତାନ୍ତି ପିଠାପଣା ହୁଏ କେତେ । । ପୂଜା ପୀଠେ ବାଜେ ଶଙ୍ଖ ସାହାନଇ ମାଆ କାଳୀ ପୂଜା ପାଇଁ ମାଆଙ୍କ ଆଶିଷେ ସୁଖ ଆସେ ଧାଇଁ ଆନନ୍ଦର ସୀମା ନାହିଁ । । […]
Read More...

Advertisement