ଜିରୋ ନାଇଟ ସେଲିବ୍ରେସନ,କମିସନରେଟ ପୋଲିସର ରହିଛି କଡା ନଜର
ଭୁବନେଶ୍ଵର : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୫ ଆରମ୍ଭ ହେବ ନୂଆ ବର୍ଷ ୨୦୨୬ । ଜିରୋ ନାଇଟ୍ ସେଲେବ୍ରେସନ ପାଇଁ କମିଶନରେଟ ପୋଲିସ ସଜାଗ । ମଦ୍ୟପଙ୍କ ଉପରେ ରହିବ କଡା ନଜର । ଜିରୋ ନାଇଟ୍ ସେଲିବ୍ରେସନ୍ ଲାଗି ସବୁ ହୋଟେଲ, ରେଷ୍ଟୁରାଣ୍ଟ , ମଲ୍ ଏବଂ ପବ୍ ଗୁଡିକରେ ଜୋରଦାର ପ୍ରସ୍ତୁତି କରାଯାଉଛି। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ଗୁରୁତ୍ଵ ଦିଆଯାଉଛି।
ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ । ଚଳିତବର୍ଷ ସୁରକ୍ଷାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ସମସ୍ତ ଥାନା ଅଧିକାରୀ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ। ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି । ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେସନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯିବ। ଆଜିଠାରୁ ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ରହିଛି। ଏ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ।



