ଗୁଳି ଫୁଟାଇ ସୋସିଆଲ ମିଡିଆରେ ଲାଇଭ କଲେ ଯୁବକ

ଗୁଳି ଫୁଟାଇ ସୋସିଆଲ ମିଡିଆରେ ଲାଇଭ କଲେ ଯୁବକ
Samaya Live News Picture
Published On

ଭୁବନେଶ୍ୱର : ଭରତପୁର ଥାନା ଅଧୀନରେ ଫୁଟିଲା ଗୁଳି । ଗଣେଶ ମୂର୍ତ୍ତି ଭସାଣିବେଳେ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରି ସୋସିଆଲ ମିଡିଆରେ ଲାଇଭ କଲେ ଯୁବକ। ବନ୍ଧୁକ ଧରି ଗୁଳି ଫୁଟାଇବା ସହ ଜାତିଆଣ ମନ୍ତବ୍ୟ ଦେବାରୁ ଗଣ୍ଡଗୋଳ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ରାଜଧାନୀ ଭରତପୁର ଥାନା ଘାଟିକିଆ ଅଂଚଳରେ ଏହି ଘଟଣା ଘଟିଛି । ସୋସିଆଲ ମିଡିଆରେ ଭାଇରାଲ ହେବା ଏବଂ ନିଜର ଦବଦବା ଦେଖାଇବା ନିଶାରେ ଯୁବକଜଣକ ଏଭଳି କାଣ୍ଡ ଘଟାଇଛନ୍ତି ।

ଘଟନାନୁସାରେ, ରବିବାର ଭରତପୁରରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ଚାଲିଥିବା ସମୟରେ ପ୍ରବଳ ଭିଡ଼ ଓ ଡିଜେ ସାଉଣ୍ଡର ମତୁଆଲା ହୋଇ ଯୁବକ ଜଣକ ନିଜ ହାତରେ ଏକ ବନ୍ଧୁକ ଧରି ଖୋଲାଖୋଲି ଭାବେ ଆକାଶକୁ ଗୁଳି ଚାଳନା (Blank Firing) କରିଥିଲେ। ଗୁଳି ଫୁଟାଇବା ସହ ସେହି ସମୟର ସମ୍ପୂର୍ଣ୍ଣ ଦୃଶ୍ୟକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରୁଥିଲେ। ଏହା ସହିତ ଯୁବକ ଜଣକ ଏକ କେସ ସଂକ୍ରାନ୍ତରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଏହି ସମୟରେ ଭସାଣି ଶୋଭାଯାତ୍ରାଟି ଘାଟିକିଆ ନିକଟରେ ଚାଲିଥିବା ଏକ ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିଲା  । ଗଣେଷ ବିସର୍ଜନ ଥିବାରୁ ଅନେକ ଯୁବକ ସେଠାରେ ଉପସ୍ଥିତ ଥିଲେ । ତେବେ ସେହି ଫେସବୁକ ଲାଇଭକୁ କେନ୍ଦ୍ର କରି ଦୁଇ ପକ୍ଷ ଭିତରେ ଗଣ୍ଡଗୋଳସହ ମାରପିଟ ହୋଇ ଅନେକ ଆହତ ହୋଇଥିଲେ । ଗୁରୁତର ଯୁବକମାନେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  । ଭିଡିଓଟି ପୋଲିସ ନଜରକୁ ଆସିବା ପରେ ଘଟଣାର ଗମ୍ଭୀରତା କୁ ଦେଖି ତତ୍କାଳ ତଦନ୍ତ ଆରମ୍ଭ କରିଛି । ଭାଇରାଲ ଭିଡିଓ ଓ ସୋସିଆଲ ମିଡିଆ ପ୍ରୋଫାଇଲ ଆଧାରରେ ଅଭିଯୁକ୍ତ ଯୁବକଙ୍କୁ ଚିହ୍ନଟ କରାଯାଉଛି ଏବଂ ଆର୍ମସ୍ ଆକ୍ଟ (Arms Act) ଅଧୀନରେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ପ୍ରକ୍ରିୟା ଚଳାଇଛି ।

ଏହି ଗୁଳିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି । ସର୍ବସାଧାରଣ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Tags: