କାର ଧକ୍କାରେ ଯୁବକ ଗୁରୁତର
ଭୁବନେଶ୍ବର : ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଧକ୍କାରେ ଯୁବକ ଗୁରୁତର। ଭୁବନେଶ୍ବର ବରମୁଣ୍ଡା କାଳୀ ମନ୍ଦିର ସାମ୍ନାରେ କାର ଧକ୍କାରେ ଯୁବକ ଗୁରୁତର । ରାସ୍ତା ପାର୍ ବେଳେ ଏକ ଦ୍ରୁତଗାମୀ ଧକ୍କା ଦେବାରୁ ଯୁବକଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ରହିଛି । ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍କୁ ପଠାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ଦୁର୍ଘଟଣା ଘଟାଇଥିବା କାର୍ ଘଟଣାସ୍ଥଳରୁ ପଳାଇ ଯାଇଥିବାରୁ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି ।
Tags:




