ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର

ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର
Samaya Live News Picture
Published On

ବୌଦ୍ଧ : ବୌଦ୍ଧ ଜିଲ୍ଲା କିଆକଟା ସ୍ଥିତ ମହାନଦୀ ପୋଲ ଉପରୁ ନଦୀକୁ ଡେଇଁଥିବା ଯୁବକ ଉଦ୍ଧାର । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଆଳତୀ ଘାଟ ନିକଟରୁ ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଉଦ୍ଧାର ଯୁବକଙ୍କ ନାମ ଲିପୁନ ବେହେରା, ତାଙ୍କ ଘର ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖଡ଼ାବନ୍ଧ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଆଜି ସକାଳ ପ୍ରାୟ ୯ଟା ବେଳେ ଲିପୁନ କିଆକଟା ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲା । ବୌଦ୍ଧ ଚନ୍ଦ୍ରଚୁଡ଼ ମନ୍ଦିର ଆଳତୀ ଘାଟ ନିକଟରୁ ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ଏବେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସେ କେଉଁ କାରଣ ପାଇଁ ନଦୀକୁ ଡେଇଁଲେ, ସେ ନେଇ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

 

Tags: