ଅଜଣା ଗାଡି ଧକ୍କାରେ ମର୍ଣ୍ଣିଂୱାକ କରୁଥିବା ଯୁବକଙ୍କ ମୃତ୍ୟୁ
ପିପିଲି : ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ଦୁର୍ଘଟଣା ଘଟିଛି ପିପିଲି ତେଇଶି ମାଇଲ ଛକ ପେଟ୍ରୋଲ ପମ୍ପ ନିକଟରେ । ମୃତକ ହେଲେ ନୂଆଶାସନ ଗ୍ରାମ ଦକ୍ଷିଣସାହିର ସୁଶୀଲ ଷଡ଼ଙ୍ଗୀ । ଆଜି ସକାଳେ ସେ ମର୍ଣ୍ଣିଂ ୱାକ କରୁଥିବା ବେଳେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ଯାଇ ରାସ୍ତା କଡ଼ ଫେବର ବ୍ଲକରେ ନିର୍ମିତ ପାଦଚଲା ରାସ୍ତା ଉପରେ ପଡ଼ିଥିଲେ । ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ପୋଲିସ ପହଂଚି ମୃତଦେହକୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିଟି ସେଠାରୁ ଫେରାର ହୋଇଯାଇଥିବା ବେଳେ ତାକୁ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
Tags:




