ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଯୁବକଙ୍କ ମୃତ୍ୟୁ
ସୁବର୍ଣ୍ଣପୁର : ବିଚ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା I ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଦୁର୍ବୁତ୍ତ I ଗତ ମଙ୍ଗଳବାର ରାତିରେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ସାଲେପାଲି ପାଙ୍କେଲ କେନାଲ ରାସ୍ତା ମଝିରେ ଘଟିଛି I ମୃତକ ହେଲେ ସ୍ଥନୀୟ ଗଜବନ୍ଧ ବ୍ରାହ୍ମଣପାଲି ଗାଁର ସୁଦାମ ନାଗ । ସୁଦାମ ଏକ ଓଲଡିଂ ଦୋକାନ କରି ଗୁଜୁରାଣ ମେଂଟାଉଥିଲେ । ରାତି ପ୍ରାୟ ୮ଟା ବେଳେ ସୁଦାମ ଦୋକାନ ବନ୍ଦ କରି ସାଲେପାଲି-ପାକେଲ ରାସ୍ତାଦେଇ ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୫ ରାଉଣ୍ଡ ଗୁଳି ସୁଦାମଙ୍କ ଦେହରେ ବାଜିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଓ ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଏ କାହିଁକି ଗୁଳିମାଡ଼ କଲା, ତାହା ଏପର୍ଯ୍ୟନ୍ତ ପୁଲିସ ସ୍ପଷ୍ଟ କରିନାହିଁ ।
Tags:




