ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା
କାମାକ୍ଷାନଗର : ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା । କାମାକ୍ଷାନଗର ତୁମୁସିଙ୍ଗା ଥାନା ସୋଗରପାଟଣା ଗାଁରେ ଯୁବକଙ୍କ ମୃତଦେହ ଠାବ ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ମୃତକ ହେଉଛନ୍ତି ନରୋତ୍ତମ ମହାରଣା । ସେ ଏକ ଟେଣ୍ଟ ହାଉସରେ ଲାଇଟ, ସାଉଣ୍ଡ ଅପରେଟର ଭାବେ କାମ କରନ୍ତି ।
ଗତକାଲି ରାତିରେ ସେ ଘରେ ଖାଇ ସାରି ଗାଁ ମଣ୍ଡପରେ ବସିଥିବା ବେଳେ କୌଣସି ଏକ ନମ୍ବରରୁ କଲ ଆସିଥିଲା । ସେହି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ କୌଣସି କାରଣ କୁ ନେଇ ଝଗଡା ହୋଇଥିଲା । ଫୋନରେ କଥା ହେବାପରେ କେଉଁଆଡେ ପଳାଇଥିଲେ। ତାପରଠାରୁ ଆଉ ଘରକୁ ଫେରି ନଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଘର ନିକଟରେ ପଡ଼ିଥିବା ତାଙ୍କ ଭାଇ ଦେଖିବାକୁ ପାଇଥିଲେ । ଗାଁରେ କାହା ସହିତ କୌଣସି ଝଗଡା ନଥିବା ପରିବାର ଲୋକ କହିଛନ୍ତି । କୌଣସି କାରଣରୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ତୁମୁସିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।
Tags:



