ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୧୦ ଟି ସ୍କୁଲ ଛୁଟି ଘୋଷଣା କଲେ ଡିଇଓ

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୧୦ ଟି ସ୍କୁଲ ଛୁଟି ଘୋଷଣା କଲେ ଡିଇଓ
Samaya Live News Picture
Published On

ସୋର : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁଣ୍ଢିରା ପଞ୍ଚାୟତ ପୂର୍ବପଡା ଗାଁର ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଖଇରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ସୁରେନ୍ଦ୍ର ଦାସ । ତାଙ୍କ ଘର ଶୁଣ୍ଢିରା ପଞ୍ଚାୟତ ପୂର୍ବପେଡା ଗାଁ ରେ । ନରହନ୍ତା ହାତୀ ମାତିବା ପରେ ମହତୀପୁର, ନୁଆସାହି,ଶୁଣ୍ଢିରା,ଗଣ୍ଡିବେଡ଼ ଆଦି ଅଞ୍ଚଳରେ ଥିବା ୧୦ଟି ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଡିଇଓ  । 

ଆଜି ସକାଳେ ଏକ ଦନ୍ତା ହାତୀ କୁପାରି ଶାରୀଶୁଆ ପାହାଡ଼ରୁ ଆସି ଗାଁକୁ ପଶି ଆତଙ୍କ କରିଥିଲା । ପ୍ରଥମେ ସାରୁକୋଣା,ନଟାପଡା, ଗନ୍ଧାଳି,ବଟେଶ୍ୱର ,ସୁଣ୍ଡିରା ଦେଇ ପୂର୍ବପଡା ଗାଁକୁ ଯାଇ ଯୁବକଙ୍କୁ ଦଳିଦେଇଥିଲା । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
 

 

Tags: