ବିରୁପାରେ ବୁଡି ଯୁବକଙ୍କ ମୃତ୍ୟୁ

ବିରୁପାରେ ବୁଡି ଯୁବକଙ୍କ ମୃତ୍ୟୁ
Samaya Live News Picture
Published On

ସାଲେପୁର : କଟକ ମାହାଙ୍ଗା ସ୍ଥିତ ବିରୂପା ନଦୀରେ ଅଘଟଣ । ବିରୂପା ନଦୀକୂଳରେ ଥିବା ଶନି ମନ୍ଦିରକୁ ଜଳାଭିଷେକ ପାଇଁ ବିରୂପା ନଦୀରୁ ପାଣି ଉଠା ଉଥିବାବେଳେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସ୍ଥାନୀୟ କାଳିଅଣ୍ଟି ଗାଁର ପଦ୍ମଲୋଚନ ଜେନା । ଗୁଣୁପୁର ବିରୂପା ନଦୀ କୂଳରେ ଥିବା ଶନି ମନ୍ଦିରକୁ ଜଳାଭିଷେକ କରିବାକୁ ସାଙ୍ଗ ମୃତ୍ୟୁଞ୍ଜୟ ସେଠୀଙ୍କ ସହ ଯାଇଥିଲେ ।

ନଦୀରେ ଗାଧୋଇ କଳସ ଧରି ନଦୀ ଆରପଟୁ ପାର ହୋଇ ଆସୁଥିବା ବେଳେ ହଠାତ ପାଣି ଭିତରକୁ ଧସି ହୋଇ ବୁଡ଼ିଯାଇଥିଲେ ପଦ୍ମଲୋଚନ । ସ୍ଥାନୀୟ ଲୋକେ ନଦୀ ଭିତରୁ ପଦ୍ମଲୋଚନକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାହାଙ୍ଗା ପୋଲିସ ଘଟଣସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ  ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Tags: