ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
By: Samaya Live News
ନୀଳଗିରି : ମରିଗଲାଣି ମାନବିକତା । ଫୁଲ ଚୋରି ରୋକିବା ପାଇଁ ଫୁଲ ଗଛରେ ବିଦ୍ୟୁତ ତାର ଲଗାଇଦେଲେ ଘର ମାଲିକ । ସକାଳେ ଫୁଲ ନେବାକୁ ଆସି ବିଦ୍ୟୁତ ଆଘାତରେ ପଡୋଶୀ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଅମାନବୀୟ କାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଅତା ଗାଁରେ । ମୃତକ ହେଲେ ତାପସ ଦାସ । ଆଜି ସକଳେ ସେ ପଡୋଶୀ ଦିଲ୍ଲୀପ ରାଉତଙ୍କ ବାଡି଼କୁ ଫୁଲ ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି । ତେବେ ସାମାନ୍ୟ ଫୁଲ କେଇଟା ପାଇଁ ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକେ ।
Read More ରାଜ୍ୟରେ ଆଉ ୪ଟି ନୂଆ ତହସିଲ ଗଠନ ହେବ
Tags:


