ଯୁବ କଂଗ୍ରେସର ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଯୁବ କଂଗ୍ରେସର ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଭୁବନେଶ୍ୱର : PUCC ପ୍ରସଙ୍ଗ ନେଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କଲା ଯୁବ କଂଗ୍ରେସ । ଆଜି ବହୁ ସଂଖ୍ୟକ ଯୁବ କଂଗ୍ରେସ କର୍ମୀ ନିଆରା ଭାବେ ସାଇକେଲ ରାଲି କରି ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମକରିଥିଲେ । ପିୟୁସି ସାର୍ଟିଫିକେଟ ନାମରେ ଟିକସ ଆଦାୟ ବନ୍ଦ, ଜନତାଙ୍କ ଉପରେ ହେଉଥିବା ଫାଇନ ଜୁଲମ ବନ୍ଦ ଦାବିରେ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଆଜି ଶହେରୁ ଅଧିକ ଯୁବ ଛାତ୍ର କଂଗ୍ରେସ କର୍ମୀ ଭୁବନେଶ୍ୱର କ୍ଲବ୍‌ ଠାରୁ ସାଇକେଲ ଚଳାଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କୁ ଅଟକାଇଛି ପୁଲିସ । ପୁଲିସ ବ୍ୟାରିକେଡ କରି କଂଗ୍ରେସ କର୍ମୀଙ୍କୁ ଅଟକାଇବା ପରେ ଆନ୍ଦୋଳନ ବନ୍ଦ ହୋଇଛି ।

ସମ୍ବନ୍ଧିତ ଖବର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

କଂଗ୍ରେସ କର୍ମୀ ଦାବି କରିଛନ୍ତି ଯେ ଯଥାଶୀଘ୍ର ପିୟୁସି ସାର୍ଟିଫିକେଟ ନାମରେ ଟିକସ ଆଦାୟ ବନ୍ଦ କରି କେବଳ ପିୟୁସି ସାର୍ଟିଫିକେଟ କରାଯାଉ । ଜୋରିମାନ ବନ୍ଦ ନକରିଲେ ଆଗକୁ ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବୁ ବୋଲି ଚେତାବନୀ ଦେଇଛନ୍ତି । 

ସମ୍ବନ୍ଧିତ ଖବର ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

Tags: