ତାରପୋଲିନ୍ ଢାଳି ହୋଇ ଯୁବକଙ୍କ ଆତ୍ମହତ୍ୟା

ତାରପୋଲିନ୍ ଢାଳି ହୋଇ ଯୁବକଙ୍କ ଆତ୍ମହତ୍ୟା
Samaya Live News Picture
Published On

ବଣାଇ : ଅସହ୍ୟ ହେଲା ରୋଗ ଯନ୍ତ୍ରଣା । ତାରପୋଲିନ୍ ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୁରୁଣ୍ଡିଆ ଅଞ୍ଚଳରେ । ମୃତକ ହେଲେ ରାଜେଶ ବେହେରା । କିଛି ଦିନ ହେବ ତାଙ୍କୁ ଅସହ୍ୟ କାଶ ହେଉଥିବାରୁ ସେ ଚିକିତ୍ସିତ ଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।

ଘଟନାନୁସାରେ , ରାଜେଶ ବେହେରା ପାଖାପାଖି ୮ ରୁ ୧୦ଦିନ ହେବ କାଶ ରେ ପୀଡିତ ଥାଇ ଔଷଧ ଖାଉଥିଲେ । କିନ୍ତୁ କାଶ ଭଲ ହେବା ପରିବର୍ତ୍ତେ ଦିନକୁ ଦିନ କାଶ ବଢ଼ୁଥିଲା । ଆଜି ସକାଳୁ ସେ ଶୌଚ ହେବା ପାଇଁ ଘର ପାଖରେ ଥିବା ପଡିଆକୁ ଯାଇଥିଲେ । ଅସହ୍ୟ ଯନ୍ତ୍ରଣାକୁ ସହିନପାରି ସେଠାରେ ନିଜ ଦେହରେ ତାରପୋଲିନ୍ ଢାଳି ନିଆଁ ଲଗେଇ ଦେଇଥିଲେ । ଜଳୁଥିବା ଅବସ୍ଥାରେ ସେ ଚିତ୍କାର କରି କିଛିବାଟ ଦୌଡିବା ପରେ ତଳେ ପଡିଯାଇଥିଲେ । ଏହାଦେଖି ପାଖରେ ଥିବା ଘର ଲୋକ ସଂଗେ ସଂଗେ ଗୁରୁଣ୍ଡିଆ ଅଗ୍ନିଶମ ବିଭାଗ ଏବଂ ଗୁରୁଣ୍ଡିଆ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା କହିଛନ୍ତି ଗୁରୁଣ୍ଡିଆ ଥାନା ଅଧିକାରୀ । ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବଣାଇ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ କରୁଛନ୍ତି ପୁଲିସ । ପ୍ରକୃତରେ ସେ ଅସୁସ୍ଥ ଯୋଗୁଁ ଏଭଳି ଚରମ ପଦକ୍ଷେପ ନେଇଥିଲେ କି ଅନ୍ୟ କୌଣସି କାରଣ ରହିଛି, ସେନେଇ ତଦନ୍ତ ଜାରି ରହିଛି  ।

Tags: