ବିଷାକ୍ତ ଇଞ୍ଜେକ୍ସନ ନେଇ ଯୁବକଙ୍କ ଆତ୍ମହତ୍ୟା !
ଭୁବନେଶ୍ୱର : ବିଷାକ୍ତ ଇଞ୍ଜେକ୍ସନ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ । ମୃତକ ହେଲେ ଅସ୍ତରଙ୍ଗ ଅଂଚଳର ସୂର୍ଯ୍ୟକାନ୍ତ ସାହୁ । ସେ ଲକ୍ଷ୍ମୀସାଗର ଅଂଚଳରେ ଏକ ଘର ଭଡା ନେଇ ରହୁଥିବାବେଳେ ଏକ ଘରୋଇ ହସ୍ପିଟାଲ ରେ ଲ୍ୟାବ ଟେକ୍ନିସିଆନ ଭାବରେ କାର୍ଯ୍ୟ କରୁଥିଲେ । ସୂର୍ଯ୍ୟକାନ୍ତଙ୍କ ମୃତଦେହ ଉଦ୍ଧାର ବେଳେ ତାଙ୍କ ପକେଟ ରୁ ବିଷାକ୍ତ ଇଞ୍ଜେକ୍ସନ ମିଳିଥିଲା । ଏହାକୁ ନେଇ ସେ ବିଷ ଇଞ୍ଜେକ୍ସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ଲକ୍ଷ୍ମୀସାଗର ଥାନା ପୋଲିସ । ବର୍ତ୍ତମାନ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଖବର ପାଇଁ ଅସ୍ତରଙ୍ଗରୁ କ୍ୟାପିଟାଲ ହସ୍ପିଟାଲ ପହଂଚିଛନ୍ତି ପରିବାର ଲୋକେ। ତେବେ ଶବ ବ୍ୟବଚ୍ଛେଦ ପରେ ସଠିକ ତଥ୍ୟ ଜଣ ପଡିବ ବୋଲି ପୋଲିସ ସୂଚନା ଦେଇଛି ।
Tags:




