ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା
Samaya Live News Picture
Published On

ଭୁବନେଶ୍ୱର : ଦିନ ଦିପହରେ ବର୍ବର କାଣ୍ଡ। ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା । ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ । ମୃତ ଯୁବକ ହେଲେ ଓଡ଼ଶପୁର ଅଂଚଳର ସୌମ୍ୟରଂଜନ ସ୍ଵାଇଁ ଏବଂ ତାଙ୍କ ସହିତ ଥିବା ଓମପ୍ରକାଶ ରାଉତ ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ସାମ୍ନାରେ ଉଭୟ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ। ତେବେ ସୌମ୍ୟରଂଜନ ସ୍ଵାଇଁ ଜିଆରପି ରେ କନଷ୍ଟେବଳ ଥିବା ଜଣାପଡିଛି । 

ଘଟନାନୁସାରେ ,ଆଜି ୨ ଜଣ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ସୌମ୍ୟରଂଜନ ଏବଂ ଓମପ୍ରକାଶ ଯାଉଥିବା ବାଇକ ସହ ତାଙ୍କର ଧକ୍କା ହୋଇଥିଲା । ଏଥିରେ ଯୁବତୀ ୨ଜଣ ତଳେ ପଡିଯାଇ ଚିତ୍କାର କରିଥିଲେ। ଘଟଣାପରେ ସ୍ଥାନୀୟ ଲୋକେ ଜମା ହୋଇ ଯୁବକ ୨ଜଣଙ୍କୁ କାବୁ କରି ଦଉଡ଼ିରେ ବାନ୍ଧି ଘୋଷାରି ଘୋଷାରି ନେଇ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଏଭଳି ନାରକୀୟ କାଣ୍ଡ ଘଟିଲା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଘଟଣାସ୍ଥଳରେ କମିଶନରେଟ ପୋଲିସ ର ଛାନଭିନ ଜାରି ରହିଛି I 

Tags: