କର୍ତ୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ମାଡ଼ମାରି ଯୁବକ ଅଟକ
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଜଣେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ଅଭିଯୋଗ । ନିୟମ ଉଲ୍ଲଙ୍ଘନ କରୁଥିବା ଜଣେ ବ୍ୟକ୍ତିଙ୍କୁ ବୁଝାଇବାକୁ ଯାଇଥିବାବେଳେ ବ୍ୟକ୍ତିଙ୍କ ଅସଦା ଚରଣର ଶିକାର ହୋଇଛନ୍ତି ମହିଳା କନେଷ୍ଟବଳ । ଯାହାରା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ବ୍ୟକ୍ତି ଜଣକୁ ଟାଉନ ଥାନା ପୋଲିସ ଅଟକ ରଖିଛି । ସେ ନିଜକୁ ଜଣେ ଜାତୀୟ ଦଳର କର୍ମକର୍ତ୍ତା ଏବଂ ଏକ ବଡ଼ କମ୍ପାନୀର କର୍ମଚାରୀ କହି ଟ୍ରାଫିକ୍ କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିଛନ୍ତି ।
ସୂଚନାନୁସାରେ, ବ୍ରହ୍ମପୁର ସହରରେ ଗେଟ୍ ବଜାର ଓଭରବ୍ରିଜ୍ ନିର୍ମାଣ କାମ ଚାଲିଥିବାରୁ ବିଶାଲ ଛକରୁ ଗେଟ ବଜାର ଆଡ଼କୁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଗତକାଲି ଅପରାହ୍ନ ୪ଟାରେ ହଠାତ୍ ଏକ କାର(ଓଡି-୦୨-ସିୱାଇ-୪୯୨୪) ସେହି ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲା । ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରାଫିକ୍ କନେଷ୍ଟବଳ ତାଙ୍କୁ ଅଟକାଇଥିଲେ । ଏହାପରେ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ନିଜକୁ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । କିନ୍ତୁ ସେଠାରେ ଥିବା ସିକ୍ୟୁରିଟି ତାଙ୍କୁ ଚିହ୍ନି ନଥିବା କହିଥିଲେ । ଏହାପରେ ଗାଡ଼ି ଅନ୍ୟ ରାସ୍ତାରେ ନେବାକୁ ଟ୍ରାଫିକ୍ କର୍ମଚାରୀ କହିଥିଲେ । ଏଥିରେ ବ୍ୟକ୍ତି ଜଣକ ରାଗି ଯାଇ କନେଷ୍ଟବଳଙ୍କ ସହ ଯୁକ୍ତିତର୍କ କରିଥିଲେ ।
ଶେଷରେ ବ୍ୟକ୍ତି ଜଣକ କାରରୁ ଓହ୍ଲାଇ ଆସି ସିକ୍ୟୁରିଟି ଗାର୍ଡକୁ ପ୍ରଥମେ ମାଡ଼ ମାରିଥିଲେ । ଏମିତିକି ତାଙ୍କୁ ମୁଥ ଏବଂ ଚାପୁଡ଼ା ମାରିଥିଲେ । ସେଠାରେ ଉପସ୍ଥିତ ମହିଳା କନଷ୍ଟେବଳ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ପ୍ରାୟ ୧୦ ମିନଟ ଧରି ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।
ଏ ନେଇ ମହିଳା ଟ୍ରାଫିକ କନେଷ୍ଟବଳ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।




