ବଡ ଭାଇର ବିବାହ ଶୋଭାଯାତ୍ରା ବେଳେ ସାନଭାଇକୁ ହତ୍ୟା

 ବଡ ଭାଇର ବିବାହ ଶୋଭାଯାତ୍ରା ବେଳେ ସାନଭାଇକୁ ହତ୍ୟା
Samaya Live News Picture
Published On

ପୋଲସରା : ବଡଭାଇର ବାହାଘର ପ୍ରୋସେସନ ବେଳେ ସାନଭାଇକୁ ହତ୍ୟା । ଘଟଣା ଘଟିଛି ଗଞ୍ଜାମ ପୋଲସରା ବ୍ଳକ ବାଲିଘାଇ ଗାଁରେ। ମୃତକ ଙ୍କ ନାଁ ଆକାଶ ଜେନା । ବଡ଼ ଭାଇ ବାହାଘର ପ୍ରୋସେସନ ରେ ଯାଇଥିବା ବେଳେ ସାନଭାଇକୁ ସଂଘବଧ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

ସାମାନ୍ୟ କଥାରୁ ଯୁକ୍ତିତର୍କ ପରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘଟଣା ପରେ ଗ୍ରାମବାସୀଙ୍କ ପକ୍ଷରୁ ଉତ୍ୟକ୍ତ ଗ୍ରାମବାସୀ ହତ୍ୟାକାରୀ ମାନଙ୍କୁ ଗିରଫ ଦାବିରେ ରାଜରାସ୍ତା ଅବରୋଧ କରିଥିଲେ । ପୋଲସରା ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନଙ୍କ ମଧ୍ୟସ୍ଥତାରେ ସମାଧାନ କରାଯାଇଥିଲା । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଲିଖିତ ପ୍ରତିଶ୍ରୁତି ପରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ ହଟାଇ ଥିଲେ । ଏହା ସହିତ ତିନି ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଗ୍ରାମବାସୀ ମାନେ ପୁଣି ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

 

Tags: