ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଯୁବତୀଙ୍କ ହାଇଡ୍ରାମା
ଭୁବନେଶ୍ୱର : ଘରୁ ଫେରାର ଯୁବତୀଙ୍କୁ କାବୁ କଲେ ପରିବାର ଲୋକେ । ବରମୁଣ୍ଡା ବସ ଷ୍ଟାଣ୍ଡରୁ ଅଟୋ ଯୋଗେ ରେଳଷ୍ଟେସନ ଆଡକୁ ଯିବାବେଳେ ଅଟକାଇଥିଲେ ପରିବାର ଲୋକେ । ଫଳରେ ଯୁବତୀ ଜଣକ ଚିତ୍କାର କରି ବସଷ୍ଟାଣ୍ଡ ରେ ହାଇଡ୍ରାମା କରିଥିଲେ । କେହି କିଛି ବୁଝିବା ଆଗରୁ ଯୁବତୀଙ୍କୁ କେହି ଜଣେ ଅପହରଣ କରି ନେଉଥିବା ଭାବି ଅଟକୁ ଅଟକାଇ ଉଦ୍ଧାର କରିଥିଲେ ସିକ୍ୟୁରିଟି । ଆଜି ଭୋର ସମୟରେ ଘଟିଥିଲା ଏହି ଘଟଣା । ତେବେ ଯୁବତୀଙ୍କୁ ଅପହରଣ ନୁହେଁ ସେ ଘର ଛାଡି ଚାଲି ଆସିଥିବାବେଳେ ତାଙ୍କ ପରିବାର ଲୋକେ ଅଟୋ ଅଟକାରୀ ଯୁବତୀଙ୍କୁ ଘରକୁ ନେଉଥିବା ଜଣାପଡିଥିଲା ।
ଘଟନାନୁସାରେ, ସମ୍ପୃକ୍ତ ଯୁବତୀ ଜଣକ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ନିଜ ଘର ଛାଡ଼ି ପଳାଇ ଆସିଥିଲେ। ତାଙ୍କୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଠାବ କରିବା ପରେ ତାଙ୍କ ଭାଇ ଓ ପରିବାର ଲୋକେ ତାଙ୍କୁ ବସ୍ ଷ୍ଟାଣ୍ଡରୁ ରେଳ ଷ୍ଟେସନ ଦେଇ ଘରକୁ ଫେରାଇ ନେବାକୁ ଏକ ଅଟୋରିକ୍ସାରେ ବସାଇଥିଲେ।
ତେବେ ଅଟୋଟି ଚାଲିବା ସମୟରେ ଯୁବତୀ ଜଣକ ଜୋରରେ ଚିତ୍କାର କରି ବଞ୍ଚାଓ ବଞ୍ଚାଓ ବୋଲି ପାଟି କରି ଗାଡ଼ିରୁ ଡେଇଁ ଖସିଯିବାକୁ ଚେଷ୍ଟା କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଓ ସିକ୍ୟୁରିଟି କର୍ମଚାରୀମାନେ ଏହାକୁ ଏକ ଅପହରଣ ଉଦ୍ୟମ ଭାବି ଅଟୋଟିକୁ ଘେରି ଯାଇଥିଲେ ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିଲେ ।
ଘଟଣାସ୍ଥଳରେ ପ୍ରବଳ ପାଟିତୁଣ୍ଡ ଓ ଠେଲାପେଲା ହେବା ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ଯୁବତୀ ଏବଂ ତାଙ୍କୁ ନେବାକୁ ଆସିଥିବା ଯୁବକମାନଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି ।




