ଥାନା ବାବୁଙ୍କ ନାଁ ରେ ଯୁବତୀଙ୍କ ଅଭିଯୋଗ

ଥାନା ବାବୁଙ୍କ ନାଁ ରେ ଯୁବତୀଙ୍କ ଅଭିଯୋଗ
Samaya Live News Picture
Published On

ବାରିପଦା : ଖାକିରେ ଲାଗିଲା ଦାଗ। ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ ହୋଇଛି।  ଘଟଣାରେ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କୁ ଅଟକ ରଖାଯାଇଛି । 

ଘଟଣା ଅନୁସାରେ, ପୁରୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏସଆଇ ପ୍ରଭାତ କୁମାର ନାୟକ   ସୋସିଆଲ ମିଡିଆ ସଂସ୍ପର୍ଶରେ ଆସି ବନ୍ଧୁତା କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ପରେ ଏସଆଇ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯେତେବେଳେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ କଲେ ଅଭିଯୁକ୍ତ ଏସଆଇ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିଲେ ବୋଲି ଯୁବତୀ ଜଣକ ଏତଲାରେ ଦର୍ଶାଇଛନ୍ତି । ଏପରିକି ପ୍ରଭାତ ନାୟକ ନିଜ ସର୍ଭିସ୍ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏତଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯୁବତୀ । ଏହି ଘଟଣାରେ  ଏସଆଇଙ୍କ ବିରୋଧରେ ବାରିପଦା ଟାଉନ୍ ଥାନାରେ କେସ୍ ନମ୍ବର ୫୪୨ (ଅଗଷ୍ଟ ୨୨, ୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

Tags: