ଜୋକ ସହ ଝରଣା ପାଣି ପି' ଯୁବକ ଗୁରୁତର
ରାୟଗଡା : ଝରଣା ପାଣି ପିଇବା ବେଳେ ଅସାବଧାନତା ବଶତଃ ପେଟକୁ ଜୋକ ଚାଲିଯିବାରୁ ଯୁବକ ଗୁରୁତର । ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ ଶ୍ୟାମ ହୁଈକାଙ୍କୁ କଲ୍ଯାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଶ୍ୟାମ ହୁଈକା ସାଙ୍ଗମାନଙ୍କ ସହ ଜଙ୍ଗଲକୁ ଜାଳଣୀ କାଠ ପାଇଁ ଯାଇଥିଲେ । ଜଙ୍ଗଲରେ ଶୋଷ ଲାଗିବାରୁ ଝରଣା ପାଣି ପିଇବା ବେଳେ ଅସାବଧାନତା ବଶତଃ ଜୋକ ଢୋକି ଦେଇଥିଲେ । କିଛି ଘଣ୍ଟା ପରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
Tags:



