ପୁଣି ଏକ ଘୁର୍ଣ୍ଣିବଳୟ ! ସୂଚନା ଦେଲେ ଆଇଏମଡି ଡିଜି

ପୁଣି ଏକ ଘୁର୍ଣ୍ଣିବଳୟ ! ସୂଚନା ଦେଲେ ଆଇଏମଡି ଡିଜି
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟକୁ ପିଛା ଛାଡୁ ନାହିଁ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପଛକୁ ପଛ ୩ଟି ବାତ୍ୟାରେ ଓଡିଶା ପ୍ରଭାବିତ ହୋଇଥିବାବେଳେ ପୁଣି ଏକ ଘୁର୍ଣ୍ଣିବଳୟ ଆସୁଥିବା ଜଣାପଡିଛି । ଏନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗତ ଗୁରୁବାର ହୋଇଥିବା ୧୫ ଦିନିଆ ଆଗୁଆ ଆକଳନରୁ ଏହି ସୂଚନା ମିଳିଛି। ମାତ୍ରା ଏହାର ସ୍ଥିତି, ତୀବ୍ରତା ଏବଂ ରୂପରେଖ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ ।

ଆଇଏମଡି ଡ଼ିଜିଙ୍କ ସୂଚନାନୁସାରେ,  ବର୍ଷକୁ ହାରାହାରି ପ୍ରାୟ ୫ଟି ବାତ୍ୟା ସୃଷ୍ଟି ହେଉଥିବାବେଳେ ଚଳିତ ବର୍ଷ ଏଯାଏଁ ୩ଟି ବାତ୍ୟା ଆସିଛି । ୧୯୮୭ ମସିହାରେ ମଧ୍ୟ ୩ଟି ବାତ୍ୟା ସୃଷ୍ଟି ହୋଇଥିଲା।ଚଳିତ ବର୍ଷ ଯେଉଁ ସ୍ଥିତି ଦେଖାଦେଇଛି ,ଏଭଳି ସ୍ଥିତି ୧୯୮୭ ଓ ୧୯୭୬ ମସିହାରେ ମଧ୍ୟ ଦେଖାଯାଇଥିଲା । ସେହି ବର୍ଷ ବାତ୍ୟାଗୁଡ଼ିକ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବା ସହ ଓଡ଼ିଶା ମୁହାଁ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଏଲ୍ନିନୋର ପ୍ରଭାବ ରହିଥିବାରୁ ବିଶ୍ୱର ବିଭିନ୍ନ ଅଞ୍ଚଳର ପାଣିପାଗ ଉପରେ ଏହାର ପ୍ରଭାବ ପଡ଼ୁଥିବା କହିଛନ୍ତି ।

ସେହିପରି ବାତ୍ୟା ସୃଷ୍ଟି ପାଇଁ ବର୍ଷରେ ମୁଖ୍ୟତଃ ଦୁଇଟି ସିଜିନ୍ ରହିଥାଏ । ପ୍ରଥମଟି ଏପ୍ରିଲ, ମେ ଓ ଜୁନ୍ ମାସ। ଦ୍ୱିତୀୟଟି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ। ଏହି ସମୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାର ଅନୁକୂଳ ପରିସ୍ଥିତି ରହିଥାଏ । ଏପଟେ ବାତ୍ୟା ପରବର୍ତ୍ତୀ ପାଣିପାଗକୁ ନେଇ ମଧ୍ୟ ଆଶ୍ୱସ୍ତି ଦେଇଛି IMD। ଆଜିଠାରୁ ପାଗ ଶୁଖିଲା ରହିବ । ଆସନ୍ତା କଲି ଠାରୁ ଆକାଶ ନିର୍ମଳ ରହିବା ଶୀତ ବଢିବ ବୋଲି ସୂଚନା ମିଳିଛି ।

Tags: