ଝଡ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଝଡ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Samaya Live News Picture
Published On

ଭୁବନେଶ୍ୱର : ଆଜିଠାରୁ କମିବ ବର୍ଷାର ପରିମାଣ । ଗଭୀର ଅବପାତ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭା ଓ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶରେ ସକ୍ରିୟ ରହିଛି। ଓଡିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଓଡ଼ିଶାରେ ଲଘୁଚାପର ପ୍ରଭାବ ଆଉ ନାହିଁ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ରାଜ୍ୟର ୨୦ ଟି ଜିଲ୍ଲାର ପାଖାପାଖି ୧୦୦ ପାଞ୍ଚାୟତ ପ୍ରଭାବିତ ହୋଇଛି । ତେବେ ପାଣିପାଗ ସୂଚନା ଅନୁଯାୟୀ ଅଗଷ୍ଟ ୨ ପରେ ପୁଣି ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଶୁକ୍ରବାର ରାଜ୍ୟର କେତେକ ଜିଲାରେ ଝଡ଼ବର୍ଷା ଲାଗି ରହିବ । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।

ଅନ୍ୟପଟେ, ଆସନ୍ତା ୨୪ ଘଣ୍ଟା ୧୮ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୪ ଜିଲ୍ଲାକୁ ୟେଲୋ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିବାବେଳେ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ନୂଆପଡ଼ା ଜିଲା ସିନାପଲ୍ଲୀରେ ସର୍ବାଧିକ ୧୬୪ ମି.ମି., ବରଗଡ଼ ଜିଲା ପାଇକମାଳରେ ୧୫୭.୫ ମି.ମି., ନୂଆପଡ଼ା ଜିଲା ଖରିଆରରେ ୧୫୫ ମି.ମି., ବୋଡେନ୍‌ରେ ୧୫୨ ମି.ମି., ନବରଙ୍ଗପୁର ଜିଲା ଝରିଗାଁରେ ୧୩୫ ମି.ମି., କଳାହାଣ୍ଡି ଜିଲା ଗୋଲାମୁଣ୍ଡାରେ ୧୩୪ ମି.ମି., ନବରଙ୍ଗପୁର ଜିଲା ଉମରକୋଟରେ ୧୨୫ ମି.ମି., ନୂଆପଡ଼ା ଜିଲା କୋମଣାରେ ୧୧୯.୩ ମି.ମି., ନବରଙ୍ଗପୁର ଜିଲା ଡାବୁଗଁାରେ ୧୧୫.୨ ମି.ମି. ବର୍ଷା ରେକର୍ଡ ହୋଇଛି ।

Tags: