ସମ୍ଭାବ୍ୟ ଲଘୁଚାପ ନେଇ ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସମ୍ଭାବ୍ୟ ଲଘୁଚାପ ନେଇ ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Samaya Live News Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ୨୦୨୬ର ପ୍ରଥମ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆଜି ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ଏହା ଘନୀଭୁତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। 

୨୨ ତାରିଖ ସୁଦ୍ଧା ଏହି ସିଷ୍ଟମ ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସନରେ ପରିଣତ ହୋଇପାରେ। ଏହାପରେ ପାଣିପାଗ ଅନୁକୂଳ ରହିଲେ ଏହା ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏପରି ହେଲେ ଏହା ୨୦୨୬ର ପ୍ରଥମ ଟ୍ରପିକାଲ ସାଇକ୍ଲୋନ୍ ହେବ । ସମ୍ଭାବ୍ୟ ସିଷ୍ଟମ ଯୋଗୁଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ରହିଛି ।

ଏହି ଲଘୁଚାପ ଆସନ୍ତା ଦୁଇରୁ ତିନି ଦିନ ଭିତରେ ଅବପାତ ରୂପ ନେବ। ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କିଛି ଆକଳନ କରାଯାଇ ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ବର୍ଷା ପାଇଁ ରାଜ୍ୟରେ ୩୦ଟି ଯାକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ   ।

Tags: