ଜଗନ୍ନାଥ ଦର୍ଶନ ପୂର୍ବରୁ ଡାକିନେଲା ଯମ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ

ଜଗନ୍ନାଥ ଦର୍ଶନ ପୂର୍ବରୁ ଡାକିନେଲା ଯମ

ଭୁବନେଶ୍ୱର : ସକାଳୁ ସକାଳୁ ଜଗନ୍ନାଥ ଦର୍ଶନ ପାଇଁ ବାହାରିଥିଲେ ୨ ସମ୍ପର୍କୀୟ ଭାଇ । କିନ୍ତୁ ବିଧାତାର ନିର୍ଦ୍ଦେଶ ଥିଲା ଭିନ୍ନ ପ୍ରକାର । ଘର ଏରୁଣ୍ଡି ବନ୍ଧ ବାହାରେ ଜଗି ବସିଥିଲା ଯମ । ଘରୁ ବାହାରି ମାତ୍ର ୧୦୦ ମିଟର ଯିବାପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଶୁଭମ ନାୟକ ଏବଂ ସମ୍ପର୍କୀୟ ଭାଇ ପ୍ରିତିରଞ୍ଜନ ନାୟକ । ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେମାନେ ବିଜେଇଏମ୍ ସ୍କୁଲ ନିକଟରେ ଥିବା ପାଣିଟାଙ୍କି ବସ୍ତିରେ ରହୁଥିଲେ ।  ଦୁହିଁଙ୍କ ବୟସ ପାଖାପାଖି ୧୭/୧୮ ହେବ ବୋଲି କୁହାଯାଉଛି । ଆଜି ସକାଳୁ ବାଇକ ଯୋଗେ ସେମାନେ ପୁରୀ ବାହାରିଥିଲେ । ମାତ୍ର ଘରୁ ବାହାରି ଦ୍ରୁତ ଗତିରେ ଯାଉଥିବା ବେଳେ ଘର ପାଖ ଶ୍ରୀଦେବୀ ଛକରେ ଥିବା ଡିଭାଇଡରରେ ପିଟି ହୋଇ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସକାଳୁ ସକାଳୁ ଏହିପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି  ।   

Read More ଏସଆଇ ପରୀକ୍ଷା ସ୍କାମ,ବିରଞ୍ଚି ନାରାୟଣଙ୍କୁ ମାରାଥନ ଜେରା

 

Read More ଯାଜପୁର ପୋଲିସ ହାତରେ ଧରାପଡ଼ିଲେ ୧୪ କୁଖ୍ୟାତ ଡକାୟତ

Tags: