ବିଶ୍ୱ ଦୃଷ୍ଟିହୀନ ଦଳଗତ ଚେସ୍ ଚାମ୍ପିଅନ୍ସିପ୍: ଓଡ଼ିଶାର ସୌନ୍ଦର୍ଯ୍ୟ କୁମାରଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର : ଅନ୍ତର୍ଜାତୀୟ ବ୍ରେଲି ଚେସ୍ ସଂଘ (ଆଇବିସିଏ) ଦ୍ୱାରା ମାସିଡୋନିଆର ଓରିଡଠାରେ ଜୁନ୍ ୨୮ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଦୃଷ୍ଟିହୀନ ଦଳଗତ ଚେସ୍ ଚାମ୍ପିଅନ୍ସିପ୍ରେ ଓଡ଼ିଶାର ସୌନ୍ଦର୍ଯ୍ୟ କୁମାର ପ୍ରଧାନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଅପରାଜିତ ରହି ଦ୍ୱିତୀୟ ବୋର୍ଡରେ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ତୃତୀୟ ବୋର୍ଡରେ ଇସନ ଗାଙ୍ଗୁଲି ଏବଂ ପଞ୍ଚମ ବୋର୍ଡରେ ସ୍ୱପ୍ନିଲ ଶାହ ରୌପ୍ୟ ପଦକ ହାସଲ କରିଛନ୍ତି । […]
ଭୁବନେଶ୍ୱର : ଅନ୍ତର୍ଜାତୀୟ ବ୍ରେଲି ଚେସ୍ ସଂଘ (ଆଇବିସିଏ) ଦ୍ୱାରା ମାସିଡୋନିଆର ଓରିଡଠାରେ ଜୁନ୍ ୨୮ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଦୃଷ୍ଟିହୀନ ଦଳଗତ ଚେସ୍ ଚାମ୍ପିଅନ୍ସିପ୍ରେ ଓଡ଼ିଶାର ସୌନ୍ଦର୍ଯ୍ୟ କୁମାର ପ୍ରଧାନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଅପରାଜିତ ରହି ଦ୍ୱିତୀୟ ବୋର୍ଡରେ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ତୃତୀୟ ବୋର୍ଡରେ ଇସନ ଗାଙ୍ଗୁଲି ଏବଂ ପଞ୍ଚମ ବୋର୍ଡରେ ସ୍ୱପ୍ନିଲ ଶାହ ରୌପ୍ୟ ପଦକ ହାସଲ କରିଛନ୍ତି । ପୋଲାର୍ଡ ଓ ୟୁକ୍ରେନ ଯଥାକ୍ରମେ ପ୍ରଥମ ୩ଟି ସ୍ଥାନ ଲାଭ କରିଛନ୍ତି । ଭାରତୀୟ ଦଳ ଷଷ୍ଠ ସ୍ଥାନରେ ରହିଛି । ଯାହା ବିଶ୍ୱସ୍ତରରେ ଅଦ୍ୟାବଧି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ନିକଟରେ ଜାତୀୟ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ସୌନ୍ଦର୍ଯ୍ୟ ଦ୍ୱିତୀୟ ବୋର୍ଡରେ ୫ଟି ବିଜୟ ଓ ୪ଟି ଡ୍ର’ ସହିତ ଅସାଧାରଣ ସଫଳତା ହାସଲ କରିଛନ୍ତି । ଉଚ୍ଚମାନ୍ୟତାପ୍ରାପ୍ତ ପ୍ରତିପକ୍ଷଙ୍କ ସହ ବାଜି ଜିତିବା ଏବଂ ଅମୀମାଂସିତ ରଖିଥିବା ଚାମ୍ପିଅନ୍ସିପ୍ ଶେଷ ବେଳକୁ ୨୨୫୩ ଫରଫରମାନ୍ସ ରେଟିଂ ସୁନିଶ୍ଚିତ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଏଥିସହିତ ସେ ୯୮.୪ ରେଟିଂ ପଏଣ୍ଟ ବୃଦ୍ଧି କରିଛନ୍ତି ।

ଗ୍ରୀସ୍ରେ ଗତବର୍ଷ ଆୟୋଜିତ ଚେସ୍ ଅଲିମ୍ପିଆଡର କୃତିତ୍ୱ ଆଧାରରେ ଶ୍ରେଷ୍ଠ ୧୬ଟି ଦେଶ ଏହି ଚାମ୍ପିଅନ୍ସିପ୍ରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ପ୍ରଥମେ ୮ଟି ଲେଖାଏଁ ଦେଶକୁ ନେଇ ଗ୍ରୁପ୍ ପର୍ଯ୍ୟାୟ ରାଉଣ୍ଡ ରବିନ୍ ମ୍ୟାଚ୍ ଖେଳାଯାଇଥିଲା । ଭାରତ ନିଜସ୍ୱ ଗ୍ରୁପରେ ତୃତୀୟ ସ୍ଥାନ ଅଧିକାରୀ କରିଥିବାରୁ ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ସେମିଫାଇନାଲରେ ରୋମାନିଆକୁ ପରାସ୍ତ କରିଥିବା ବେଳେ ଫାଇନାଲରେ ହଙ୍ଗେରୀ ବିପକ୍ଷରେ ମ୍ୟାଚ୍ ଡ୍ର’ ରଖିଥିଲା । ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଶକ୍ତିଭଟ୍ଟା ଗ୍ରାମ୍ରେ ଜନ୍ମିତ ସୌନ୍ଦର୍ଯ୍ୟ କୁମାର ଖାନ୍ ସମ୍ପତ୍ତି ନୂଆପଡ଼ା ଜିଲ୍ଳାର ବୋଡେଡ ଠାରେ ତାଙ୍କ ବାପା ଅଧ୍ୟାପକ ରବିରଞ୍ଜନ ପ୍ରଧାନଙ୍କ ସହ ରହୁଛନ୍ତି । ତାଙ୍କ ବଡ଼ ଭାଇ ପ୍ରାଚୁର୍ଯ୍ୟ ପ୍ରଧାନ ମଧ୍ୟ ଜଣେ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଚେସ୍ ଖେଳାଳି ।




