ପ୍ରମାଣପତ୍ର ଦେଖାଇ ଶ୍ରମିକ ଓ ଛାତ୍ରଛାତ୍ରୀ ପାଇ ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର
ଭୁବନେଶ୍ବର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା । ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜିର ଗ୍ୟାସ ସିଲିଣ୍ଡର । ସେମାନଙ୍କ ପାଇଁ ଲାଗୁ ହେବନି ୫ କେଜି ସିଲିଣ୍ଡର କଟକଣା । ପରିଚୟପତ୍ର ଦେଖାଇ ପାଇପାରିବେ ୫ କେଜି LPG । ସେହିପରି e-KYC ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । ଏନେଇ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇଛି ।
ସେହିପରି ଚାରିଦିନ ପୂର୍ବରୁ ସୂଚନାଥିଲା କି, ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିଲା । ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ବୋଲି କୁହାଯାଇଥିଲା ଏହି ନିୟମ । ପ୍ରଥମେ ସହରାଞ୍ଚଳ ରେ ଲାଗୁହେବ ନିୟମ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ କରାଯିବ ।



