କାର ଧକ୍କାରେ ମହିଳା ଗୁରୁତର
ଭୁବନେଶ୍ୱର : ରାଜଧାନୀରେ ହିଟ୍ ଆଣ୍ଡ ରନ୍ । ବାଇକ ପଛପଟୁ ଧକ୍କାଦେଲା ଇନୋଭା କାର । ଫଳରେ ମହିଳା ଜଣକ ଗାଡ଼ିରୁ ଖସିପଡିବା ଯୋଗୁଁ ତାଙ୍କ ମୁଣ୍ଡ ଉପରେ କାରଟି ଚଢି ଯାଇ ଦ୍ରୁତ ଗତିରେ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର କୋର୍ଟ ସାମ୍ମାରେ ଘଟିଛି ଏହି ଦୁର୍ଘଟଣା । ଖବରପାଇ ବଡ଼ଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ।
ଆଜି ସକାଳ ପ୍ରାୟ ୧୧ ଟା ସମୟରେ ସ୍ୱାମୀ,ସ୍ତ୍ରୀ ପିଲାକୁ ନେଇ କୌଣସି ଏକ କାମରେ ଯାଉଥିବାବେଳେ ଭୁବନେଶ୍ୱର କୋର୍ଟ ସାମ୍ମାରେ ପଛ ପଟୁ ଦ୍ରୁତ ଗତିରେ ଏକ ଇନୋଭା କାର ବାଇକୁ ଧକ୍କା ଦେଇଥିଲା । ମହିଳା ଜଣଙ୍କ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ଇନୋଭା ଚଢାଇ ଫେରାର ହୋଇଯାଇଛି । ତେବେ ଦୁର୍ଘଟଣାରୁ ମହିଳାଙ୍କ ସ୍ୱାମୀ ଓ ପିଲା ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାଇଛନ୍ତି । ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
Tags:



