ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର
ପୁରୀ: ଘର ଭିତରେ ମହିଳା ଜୀବନ୍ତ ଦଗ୍ଧ। କିରୋସିନି ଢାଳି ପୋଡି ହୋଇ ମହିଳା ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଘଟଣା ଘଟିଛି ପୁରୀ ସତ୍ୟବାଦୀ ବ୍ଲକ୍ ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତରେ । ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ଆତ୍ମହତ୍ୟା କରିଥିବା କହିଛନ୍ତି ପିପିଲି SDPO । ତାଙ୍କର ମୁଣ୍ଡ ଦୋଷ ଥିବା କଥା ତାଙ୍କ ସ୍ୱାମୀ ମଧ୍ୟ କହିଛନ୍ତି ।
ସୂଚନା ଅନୁସାରେ , ଆଜି ସକାଳ ସାଢେ଼ ଆଠ ସମୟରେ ଘର ଭିତର ପଟୁ ବନ୍ଦ କରି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଘରୁ ଧୂଆଁ ବାହାରିବା ପରେ ଘଟଣା ବିଷୟରେ ଜଣା ପଡିବା ପରେ କବାଟ ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେତେବେଳକୁ ଶରୀରର ୯୦ ଭାଗ ପୋଡିଯାଇଥିଲା । ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
Tags:



