ତ୍ରୁଟିପୂର୍ଣ୍ଣ ଅସ୍ତ୍ରାପଚାର ରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ବରଗଡ଼ : ଘରୋଇ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ । ବରଗଡ଼ ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ପ୍ରତିବାଦରେ ବରଗଡ଼ ଗୋଶାଳା ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛହାନ୍ତି ସ୍ଥାନୀୟ ଲୋକେ । ରାସ୍ତାରୋକ ଯୋଗୁଁ ସହରରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ମୃତ ମହିଳା ଜଣକ ବରଗଡ ଜିଲ୍ଲା ଭଟଲି ବ୍ଲକ୍ ହାତିସର୍ ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସ୍ତ୍ରୀ ସୃଷ୍ଟିପ୍ରଭା ପଧାନ।
ସୂଚନାନୁସାରେ, ପ୍ରସବ ପାଇଁ ସୃଷ୍ଟିପ୍ରଭା ଗତ ମେ ମାସ ୧୩ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଅପରେସନ ପରେ ପିଲା ଠିକ ଥିବାବେଳେ ମାଆଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ତେବେ ଅପରେସନ ସମୟରେ ମହିଳାଙ୍କ ବ୍ଲାଡର କାଟି ଦିଆଯାଇଥିବା ଜଣାପଡିଥିଲା । ଯାହା ଫଳରେ ଅତିରିକ୍ତ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ହସ୍ପିଟାଲ ସାମ୍ନାରେ ମହିଳାଙ୍କ ଶବ ରଖି ରାସ୍ତାରୋକ ସହ ଆନ୍ଦୋଳନ କରିଛନ୍ତି। କ୍ଷତି ପୁରଣ ଦାବି ସହ ହସ୍ପିଟାଲ ଉପରେ ଆକ୍ସନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।



