ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭଯୋଗ ଆଣିଲେ ପରିବାର
ନୟାଗଡ଼ :ପାଖରିରୁ ଉଦ୍ଧାର ହେଲା ମହିଳାଙ୍କ ମୃତ ଦେହ । ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଘଟଣା ଘଟିଛି ନୟାଗଡ଼ ଥାନା ଅନ୍ତର୍ଗତ ଅନ୍ତର୍ଗତ ବେଲଦ୍ୱାର ଗାଁରେ । ମୃତକ ହେଲେ ଗାଁ ର ବକ୍ସି ପ୍ରଧାନଙ୍କ ପତ୍ନୀ ତପସ୍ୱିନୀ ସାହୁ ଇ ଅଧିକ ଯୌତୁକ ଦାବିରେ ତାଙ୍କୁ ସ୍ୱାମୀଙ୍କ ପରିବାର ପକ୍ଷରୁ ନିର୍ଯ୍ୟାତନା ଦିଆଯାଉଥିଲା ଏବଂ ତାଙ୍କୁ ହତ୍ୟା କରି ପାଖରିରେ ଫିଙ୍ଗି ଦିଆଯାଇଥିବା ନେଇ ତପସ୍ବିନୀଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତକଙ୍କର ଜଣେ ୫ବର୍ଷୀୟା ଝିଅ ଥିବା ସୂଚନା ମିଳିଛି ।
ସୂଚନାନୁସାରେ, ଶରଣକୂଳ ଥାନା ହରିହରପୁର ଗାଁର ତପସ୍ବିନୀ ଗତ ୨୦୨୦ମସିହାରେ ସଦରଥାନା ବକ୍ସିଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବକ୍ସି ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିବାବେଳେ ପରେ ଚାକିରି ଛାଡି ବେଲଦ୍ବାରରେ ଏକ ଫାର୍ମହାଉସ କରି ସ୍ତ୍ରୀପିଲାଙ୍କୁ ନେଇ ରହୁଥିଲେ । ଯୌତୁକ ପାଇଁ ପୁଅ ଘର ଲୋକ ବିଭିନ୍ନ ସମୟରେ ତପସ୍ବିନୀଙ୍କୁ ନିର୍ଯ୍ଯାତନା ଦେଇ ଆସୁଥିଲେ । ଏହାକୁ ନେଇ ୨୪ମସିହାରେ ଉଭୟପକ୍ଷକୁ ନେଇ ଥାନାରେ ବୁଝାମଣା ହୋଇଥିଲା ।
ଗତକାଲି ରାତିରେ ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ପରେ ବକ୍ସି ସ୍ତ୍ରୀ ତପସ୍ବିନୀଙ୍କୁ ମାରି ହାତ ବାନ୍ଧିଦେଇ ଫାର୍ମହାଉସ୍ ଭିତରେ ଥିବା ପୋଖରୀକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତପସ୍ବିନୀ ପୋଖରୀକୁ ଡେଇଁ ଜୀବନ ହାରିଥିବା ବକ୍ସି ବିଳମ୍ବିତ ରାତିରେ ତପସ୍ବିନୀଙ୍କ ମାଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇ ଓଡଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ପୋଖରୀରୁ ମୃତଦେହ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଓଡଗାଁ ପୋଲିସ ବକ୍ସିକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।




