ସୁଟକେସ୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମିଳିଲା ପରିଚୟ, ଦମ୍ପତି ଗିରଫ

ସୁଟକେସ୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମିଳିଲା ପରିଚୟ, ଦମ୍ପତି ଗିରଫ
Samaya Live News Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଏକ୍ସପ୍ରେସରୁ ସୁଟକେସ୍ ଭିତରୁ ଓଡ଼ିଆ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ବଡ଼ ସୂଚନା ସାମ୍ନାକୁ ଆସିଛି । ମୃତ ଓଡ଼ିଆ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇଛି । ସେ ହେଉଛନ୍ତି ହୟାଥୁନ ନିଶା । ତାଙ୍କ ଘର ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳି ରାମେଶ୍ୱର ଗ୍ରାମର ବୋଲି ଜଣାପଡ଼ିଛି । ହୟାଥୁନ ୨୦ବର୍ଷ ପୂର୍ବରୁ ସ୍ୱାମୀଙ୍କ ସହ ଚେନ୍ନାଇ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ  ହତ୍ୟା ପଛରେ ଭଡ଼ା ଘରେ ରହୁଥିବା ସ୍ଵାମୀ-ସ୍ତ୍ରୀଙ୍କ ହାତ ଥିବା କହିଛନ୍ତି ଶାଶୁ । ସମସ୍ତେ ଗୋଟିଏ କମ୍ପାନୀରେ କାମ କରୁଥିଲେ । ହୟାଥୁନ ତାଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ରୁ ଉଠାଇଥିବା ୪ ଲକ୍ଷ ଟଙ୍କା ଏବଂ ସୁନା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଶାଶୁ ପ୍ରତିକ୍ରିୟା ଦେଇଛନ୍ତି । 

ଘଟନାନୁସାରେ, ହୟାଥୁନ ନିଶା ବାହାଘର ପରେ ପ୍ରାୟ ୨୦ ବର୍ଷ ହେବ ଚେନ୍ନାଇରେ ରହୁଥିଲେ । ସେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ତାଙ୍କ ସହିତ ଶାଶୁ ମଧ୍ୟ ରହୁଥିଲେ । ଗତ ୪  ବର୍ଷ ତଳେ ହୟାଥୁନଙ୍କ ଶାଶୁ ଘରକୁ ପଳାଇ ଆସିଥିଲେ । ହୟାଥୁନଙ୍କ ସ୍ୱାମୀ ନିଖୋଜ ଥିବାବେଳେ ପୁଅ ସହିତ ସେ ଏକା ଚେନ୍ନାଇରେ ରହୁଥିଲେ । ପୁଅ ମଧ୍ୟ ହଷ୍ଟେଲ ରହି ପାଠ ପଢ଼ୁଥିଲା । ସେ ଏକ ଦମ୍ପତ୍ତିଙ୍କୁ ନିଜ ଭଡ଼ା ଘରେ ରଖିଥିଲେ । ଉଭୟ ମିଶି ଭଡ଼ା ଟଙ୍କା ଦେଉଥିଲେ । ଗତ କିଛି ଦିନ ତଳେ ସେ ଇପିଇଏଫ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ପାଇଁ ତାଙ୍କର ହତ୍ୟା ହୋଇଥିବା ଶାଶୁ ଅଭିଯୋଗ କରିଛନ୍ତି । 

ଅନ୍ୟପକ୍ଷରେ ସନ୍ଦିଗ୍ଧ ଦମ୍ପତ୍ତିଙ୍କୁ ପୋଲିସ ଅଟକ ରଖିଛି । ଲସ୍କର ଓ ଭଗବତୀ ମାଝୀଙ୍କୁ ପୋଲିସ ଅଟକ ରଖିଛି । ଭଗବତୀ ମଧ୍ୟ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି । 

ସୂଚନାନୁସାରେ,  ଗତ ଅଗଷ୍ଟ ୫ରେ ତାମିଲନାଡୁ ଏକ୍ସପ୍ରେସ ଚେନ୍ନାଇ ସେଣ୍ଟ୍ରାଲ ନୂଆଦିଲ୍ଲୀ ବାହାରିଥିଲା l ଅଗଷ୍ଟ ୬ ତାରିଖରେ ଆଗ୍ରାର ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ପହଂଚିଥିଲା l ସେଠାରୁ ସକାଳ ପ୍ରାୟ ୫ଟା ବେଳେ ଜିଆରପି ଟିମ୍ ଏକ ନାଲି ରଙ୍ଗର ସୁଟକେସକୁ ଜବତ କରିଥିଲା । ସୁଟକେଶ ଭିତରୁ ଏକ ମୁଣ୍ଡ ବିହୀନ ମହିଳାଙ୍କ ଶବ ମିଳିଥିଲା । 

ଟ୍ରେନ୍ ବାହାରିଥିବା ସ୍ଥାନରୁ ପାଖାପାଖି ୩୫୦ଟି ସିସିଟିଭି କ୍ୟାମେରା ଯାଞ୍ଚ ପରେ ଜଣେ ପୁରୁଷ ଜଣେ ମହିଳା ଏକ ସୁଟକେଶ ଧରି ଟ୍ରେନରେ ଚଢ଼ୁଥିବା ଚିତ୍ର ସାମ୍ନାକୁ ଆସିଥିଲା l ପୋଲିସ ଜାଣିବାକୁ ପାଇଥିଲା ଡେଡ୍ ବଡ଼ିଟି ତାମିଲନାଡୁର ପରମାକୁଡି ଅଞ୍ଚଳର l ମୃତକଙ୍କ ନାଁ ହୟାଥୁନ ନିଶା l ସେ ଗୁଡ଼ୁଭେଞ୍ଚରି ମସଜିଦ୍ ଷ୍ଟ୍ରିଟରେ ଏକ ଭଡ଼ାଘରେ ରହୁଥିଲେ l ଆଉ ସେ ଘରେ ରହୁଥିଲେ ଓଡ଼ିଶାର ମାଣିକ ଉଦ୍ଦିନ ଲସ୍କର ଏବଂ ଭଗବତୀ ମାଝୀ l ସେମାନେ ନିଜକୁ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇ ରହୁଥିଲେ । ସମସ୍ତେ ଗୋଟିଏ କମ୍ପାନୀରେ ଚାକିରୀ କରିଥିଲେ । ଘଟଣା ଜଣା ପଡିବା ପରେ ସିସିଟିଭି ଫୁଟେଜ ଆଧାରରେ ଉକ୍ତ ଦମ୍ପତ୍ତିଙ୍କୁ ଚେନ୍ନାଇର ଗୁଡୁଭାଞ୍ଚେରୀ ଅଞ୍ଚଳରୁ ପୋଲିସ ଗିରଫ କରିଥିଲା । 

 

Tags: