ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ମହିଳା ଥାନାରେ ଏତଲା

ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ମହିଳା ଥାନାରେ ଏତଲା
Samaya Live News Picture
Published On

କଟକ : ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା । ଷ୍ଟେଟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କଟକ ମହିଳା ଥାନାରେ ଏତଲା ଦିଆଯାଇଛି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ସମୟରେ ତାଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ମ୍ୟାନେଜର ଦିନେଶ ବେହେରା । ଯାହାକୁ ବିରୋଧ କରିଛନ୍ତି ଷ୍ଟେଟ ହ୍ୟୁମାନ ରାଇଟ କାଉନସିଲ । ଅଭିଯୋଗ ଅନୁସାରେ, ଗତ ୧୭-୧୧ ତାରିଖରେ ହ୍ୟୁମାନଙ୍କ ମୃତ୍ୟୁ ଦିନ ହିଁ ତାଙ୍କ ମ୍ୟାନେଜର ଦିନେଶ ଓ ହ୍ୟୁମାନଙ୍କ ମା'ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ସେହି ସମୟରେ ଦିନେଶ ହ୍ୟୁମାନଙ୍କ ମା'ଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି ।  ଦିନେଶଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ହ୍ୟୁମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଛି ସଂଘ ।

 

Tags: