ଦୁଷ୍କର୍ମ ପରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ: ମହିଳାଙ୍କୁ ଦୁଷ୍କର୍ମ କରିବାରେ ପରେ ମରଣାନ୍ତକ ଆକ୍ରମଣ । ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀକୁ ଟ୍ରଲିରେ ବୋହି ଡାକ୍ତରଖାନା ନେଇଛନ୍ତି ସ୍ୱାମୀ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରୁ ଏଭଳି ହୃଦୟ ବିଦାରକ ଖବର ଆସିଛି । ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣି ଦେଇଥିଲେ ଦୁବୃର୍ତ୍ତ । ନିକଟରେ ଗାଈ ଚରାଉଥିବା ବ୍ୟକ୍ତି ଉଦ୍ଧାର କରିଛନ୍ତି ।
ଘଟନାନୁସାରେ, ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଜଣେ ମହିଳା ସାପୁଆ ନଈକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ମହିଳାଙ୍କୁ ଏକ ବୁଦା ମୂଳକୁ ଟାଣି ନେଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରିବା ପରେ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରି ଏକ ଟାଙ୍ଗିଆରେ ହାଣିଦେଇଥିଲା । ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର କ୍ଷତ ହୋଇଛି । ମହିଳା ଜଣକ ଘରକୁ ଆସିବାରେ ବିଳମ୍ବ ହେବାରୁ ସ୍ୱାମୀ ଖୋଜା ଖୋଜି କରି ମହିଳାଙ୍କୁ ଏକ ବୁଦା ମୂଳେ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ସ୍ୱାମୀ ଏକ ଟ୍ରଲି ସାହାଯ୍ୟରେ ଭାପୁର ମେଡିକାଲକୁ ତାଙ୍କୁ ଆଣିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ପରିବାର ପକ୍ଷରୁ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଉ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ।



