୪ ମହଲା ଛାତରୁ ପଡି ମହିଳାଙ୍କ ମୃତ୍ୟୁ ,୭ ଅଟକ
By: Samaya Live News
ପାରାଦୀପ : ପାରାଦୀପ ତାରେଣୀଗଡ଼ାରେ ଥିବା ଏକ ନୂତନ ୪ ମହଲା କୋଠା ଉପରୁ ରହସ୍ୟ ଜନକ ଭାବରେ ଖସିପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ଘଟଣା ସଂପର୍କରେ ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣାରେ ଉକ୍ତ କୋଠାର ସିସିଟିଭି ହାର୍ଡ ଡିସ୍କ ଜବତ କରିବା ସହ ସେହିଘର ରହୁଥିବା ୭ ଜଣ ଭଡାଟିଆଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରେ ଆଦର୍ଶ ଥାନା ଆଇଆଇସି ତଦନ୍ତ ଜାରି ରଖିଛନ୍ତି । କାହିଁକି ମହିଳା ଜଣଙ୍କ ଛାତ ଉପରକୁ ଯାଇଥିଲେ ତାହା ଜଣା ପଡିନାହିଁ । ତେବେ ସେ ଡେଇଁ ପଡ଼ିଲେ ନା କେହି ତାଙ୍କୁ ଠେଲି ଦେଇଛି ତାକୁ ନେଇ ସସପେନ୍ସ ଜାରି ରହିଛି ।
ସମ୍ବନ୍ଧିତ ଖବର କ୍ରିକେଟ ବ୍ୟାଟିଂ: ୩୦ ଲକ୍ଷ ଜବତ,୬ ଗିରଫ
Tags:



