ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା
By: Samaya Live News
ସମ୍ବଲପୁର : ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା । ବୁଧୁବାର ସକାଳେ ବୁର୍ଲା ବ୍ରିଜ୍ ଉପରୁ ମହିଳା ଜଣକ ଆତ୍ମହତ୍ୟା କରିବା ପାଇଁ ମହାନଦୀକୁ ଡେଇଁ ପଡ଼ିଥିଲେ । ମୃତ ମହିଳା ଜଣକ ବୁର୍ଲା ସ୍ଥିତ ମହତାବ ନଗର ଅଞ୍ଚଳର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରୁ ମହାନଦୀକୁ ଡେଇଁବା ପୂର୍ବରୁ ସେ କାନ୍ଦି କାନ୍ଦି କାହା ସହ ଫୋନରେ କଥା ହେଉଥିଲେ ଏବଂ ଆଉ ବଂଚିବେ ନାହିଁ ବୋଲି କହୁଥିଲେ । ବ୍ରିଜ ଉପରେ ଏଭଳି ଅବସ୍ଥାରେ ମହିଳାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଯେତେ ବୁଝାଇଲେ ବି ମହିଳା ଜଣଙ୍କ କାହା କଥା ଶୁଣି ନଥିଲେ । ହଠାତ୍ ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ବ୍ରିଜ୍ ତଳୁ ସଂପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପାରିବାରିକ କଳହ ଯୋଗୁଁ ମହିଳା ଜଣଙ୍କ ଏଭଳି ଚରମ ନିଷ୍ପତି ନେଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧିତ ଖବର SI ପରୀକ୍ଷା ସ୍କାମ,୩ ଜଣଙ୍କ ଜାମିନ ଆବେଦନ ଖାରଜ
Tags:



