ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ହସ୍ପିଟାଲ କୋଠାରୁ ଡେଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ହସ୍ପିଟାଲ କୋଠାରୁ ଡେଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା
Samaya Live News Picture
Published On

ବଲାଙ୍ଗୀର : ସହି ପାରିଲେ ନାହିଁ ସ୍ୱାମୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଭୀମଭୋଇ ମେଡିକାଲରେ । ହସ୍ପିଟାଲ ର ସର୍ଜରୀ ୱାର୍ଡ ଛାତରୁ ଡେଇଁ ମହିଳା ଜୀବନ ହାରିଛନ୍ତି । ଦମ୍ପତି ପୁଇଁତଳା ଥାନା ଡୁମ୍ବେରବାହାଲ ଗାଁରେ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ପଦ୍ମିନୀ ବାଗ ଓ ସ୍ୱାମୀ ସେବକରାମ ବାଗ । ସେ ଡ୍ରାଇଭର କାମ କରନ୍ତି।

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ସେବକରାମ ବାଗ ଏକ ଅଟୋରେ ଯାଉଥିବାବେଳେ  ବଲାଙ୍ଗୀର ସୋନପୁର ଏନଏଚ ୫୭ ରଣ୍ଡା ଗାଁ ଛକରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲକୁ ଆଣିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସେବକରାମଙ୍କ ପରିବାରକୁ କେବଳ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ମାତ୍ର ପରିବାର ଲୋକେ ହସ୍ପିଟାଲ ପହଞ୍ଚିବାପରେ ତାଙ୍କ ପତ୍ନୀ ପଦ୍ମିନୀ ହସ୍ପିଟାଲରେ ସ୍ବାମୀଙ୍କ ମୃତଦେହ ଦେଖି ସହ୍ୟ କରିନପାରି ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଥିଲେ ଡାକ୍ତର । କିନ୍ତୁ କିଛି ସମୟ ପରେ ପଦ୍ମିନୀ ଏମର୍ଜେନ୍ସି ୱାର୍ଡର ଛାତକୁ ଯାଇ ୩ ମହଲା ଉପରୁ ତଳକୁ ଡେଇଁ ପଡ଼ିଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ଜଣାପଡିଛି । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ୱାର୍ଡରେ ରଖାଯାଇଛି । ଦମ୍ପତିଙ୍କର ୨ଟି ଛୋଟ ପିଲା ଅଛନ୍ତି ବୋଲି ଜଣ। ପଡିଛି ।

Tags: