ଘରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ
By: Samaya Live News
ପାରାଦୀପ : ପାଳ ଗଦାରେ ନିଆଁ ଲାଗି ନବବଧୂ ଜୀବନ୍ତ ଦଗ୍ଧ । ପାରାଦୀପ ଲକ ଥାନା ଅନ୍ତର୍ଗତ ପିପ୍ପଳ ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଗାଁର ସ୍ମୃତି ରଞ୍ଜନ ସ୍ୱାଇଁଙ୍କ ପତ୍ନୀ ରିନି ସ୍ୱାଇଁ । ଆଜି ଦିନ ପ୍ରାୟ ୧୧ ଟା ବେଳେ ଘରେ କେହି ନଥିବା ବେଳେ ରିନି ଘର ନିକଟରେ ଥିବା ଏକ ଛୋଟ ଘରେ ରୋଷେଇ କରୁଥିବାବେଳେ ଅଚାନକ ଘରେ ନିଆଁ ଲାଗି ଯାଇଥିଲା । ଏହାପରେ ଘର ନିକଟରେ ଥିବା ଏକ ପାଳ ଗଦାକୁ ନିଆଁ ମାଡିଯାଇଥିଲା । ଫଳରେ ନିଆଁ ଭିତରୁ ବାହାରି ନପାରି ରିନି ଜଳିଯାଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ଦେଢ଼ ବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ଅଘଟଣ ସମୟରେ ଘରେ ଏକୁଟିଆ ଅସୁସ୍ଥ ଶ୍ୱଶୁର ରହିଥିଲେ ଏବଂ ତାଙ୍କ ସ୍ୱାମୀ ସ୍ମୃତି ରଞ୍ଜନ ଓ ଶାଶୁ କୌଣସି କାମରେ ବାହାରକୁ ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସମ୍ବନ୍ଧିତ ଖବର ଗ୍ରାହକଙ୍କୁ ଆଶ୍ବସ୍ତି ,କମିଲା ସୁନା ଓ ରୂପା ଦର
Tags:



