ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
Samaya Live News Picture
Published On

ବ୍ରହ୍ମପୁର : ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ମହିଳା । ତାଙ୍କ ଦେହରେ ୬୦ ପ୍ରତିଶତ ଅଂଶ ଜଳିଯାଇଥିବା ସୂଚନା ମିଳିଛି । ବ୍ରହ୍ମପୁର ସହର ଲୋଚାପଡ଼ା ବାସୁଦେବ ନଗର ୩ୟ ଲାଇନରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ହେଲେ ଦିଗପହଣ୍ଡି ନିକଟ ବଦ୍ରିଗୁମାର ରାଜଲକ୍ଷ୍ମୀ ମିଶ୍ର(୨୪)। ତାଙ୍କ ଶରୀରର ୬୦ ପ୍ରତିଶତ ଜଳିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମହିଳା ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । 

ସୂଚନାନୁସାରେ, ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ରାଜଲକ୍ଷ୍ମୀ ବାସୁଦେବ ନଗର ୩ୟ ଲାଇନର କାଳୀ ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ରହୁଥିଲେ । ତେବେ ପାରିବାରିକ କଳହ ଯୋଗୁଁ ଉଭୟଙ୍କ ମଧ୍ୟରେ ବର୍ତ୍ତମାନ  ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବାବେଳେ ଆଜି କୌଣସି କାରଣରୁ ସେ ଲୋଚାପଡ଼ା ବାସୁଦେବନଗର ସ୍ଥିତଶ୍ୱଶୁର ଘରକୁ ଯୌତୁକ ସାମଗ୍ରୀ ଫେରସ୍ତ ନେବାକୁ ଯାଇଥିଲେ ଏବଂ ସେଠାରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟା ଉଦ୍ୟମ ପଛର ପ୍ରକୃତ କାରଣ କଣ ଜଣା ପଡିନଥିଲେ ମଧ୍ୟ ସେ ତାଙ୍କ ବାପାଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ତେବେ ଏହା କେତେଦୂର ସତ ତାହା ଜାଣିବା ପାଇଁ ପରିବାର ସଦସ୍ୟ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ପୋଲିସ  ।

Tags: