ଚାକିରୀ ନାଁ ରେ ଠକେଇ, ମହିଳା ଗିରଫ
ଭୁବନେଶ୍ୱର : ରାଜଧାନୀରୁ ମହାଠକ ମହିଳା ଗିରଫ । ଚାକିରି ଦେବା ନାଁରେ ହୋଟେଲ୍କୁ ଡାକି ଲୋକଙ୍କ ଠାରୁ ଲୁଟୁଥିଲେ ଟଙ୍କା । ପାଖାପାଖି ୩୫ଲକ୍ଷ ଟଙ୍କା ଲୁଟାଇଥିବା ଅଭିଯୋଗରେ ରାଜଧାନୀରୁ ଏମିତି ଜଣେ ହାଇପ୍ରୋଫାଇଲ୍ ଲେଡି ଫ୍ରଡ୍ ଙ୍କୁ ବାନ୍ଧିଛି ମୈତ୍ରୀବିହାର ପୋଲିସ ।
୫ଲକ୍ଷ ଟଙ୍କାରେ ଷ୍ଟାଫ୍ ସିଲେକ୍ସନ କମିଶନରେ ଚାକିରି ଦେବାକୁ କହି ରାୟଗଡା ଅଞ୍ଚଳର ବିଭିନ୍ନ ଲୋକଙ୍କୁ ଠକି ଥିଲେ । ଇଣ୍ଟରଭ୍ୟୁ ବାହାନାରେ ରାଜଧାନୀର ଏକ ତାରକା ହୋଟେଲ୍କୁ ଲୋକଙ୍କୁ ଡକାଇ ଚାକିରୀ କରାଇଦେବାକୁ କହି ୫ଲକ୍ଷ ଲେଖା ନେଇଥିଲେ । ପାଖାପାଖି ୩୫ ଲକ୍ଷ ଟଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଥିଲା କମିଶନରେଟ୍ ପୋଲିସ । ତେବେ ଠକେଇ ଆସିଥିବା ମହିଳାଙ୍କ ଫେରାର ଥିବା ବେଳେ ସୋମବାର ରାତିରେ କୋର୍ଟ ପାଖ ଅଞ୍ଚଳରେ ବୁଲୁଥିବା ବେଳେ ମାଡିବସିଥିଲେ ଲୋକେ । ଏହାପରେ ତାଙ୍କୁ ପୋଲିସର ଜିମା ଦେଇଥିଲା । ମୈତ୍ରୀ ବିହାର ପୋଲିସ ଅଟକ ମହିଳାଙ୍କୁ ଜେରା କରୁଛି । ଉକ୍ତ ମହିଳାଙ୍କ ନାଁରେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ଜ




