ମହିଳା ଅତିରିକ୍ତ ତହସିଲଦାର ଙ୍କୁ ଅସଦାଚରଣ ଅଭିଯୋଗ,ବିଷ ପିଇଲେ ପିଇଓ

ମହିଳା ଅତିରିକ୍ତ ତହସିଲଦାର ଙ୍କୁ ଅସଦାଚରଣ ଅଭିଯୋଗ,ବିଷ ପିଇଲେ ପିଇଓ

ବ୍ରହ୍ମପୁର: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବିରୋଧରେ ସଂଗୀନ ଅଭିଯୋଗ I ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅସଦାଚରଣ ନେଇ ଥାନାରେ ଅଭିଯୋଗ ପରେ ବିଷ ପି' ଗୁରୁତର ହୋଇଛନ୍ତି   ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।  ସମ୍ପୃକ୍ତ ପିଇଓ ଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧିତ ଖବର ଚୌଦ୍ୱାର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବର ପ୍ରଥମ ଦିନରେ ତଥା ଗତ ୩ ତାରିଖରେ ବେଳାଭୂମି ମହୋତ୍ସବ ଉଦ୍‌ଘାଟନ ଉତ୍ସବ ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ । ଭିଡ଼ ଭିତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଗୋଳନ୍ଥରା ଥାନାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଥାନାରୁ ଡକରା ପାଇ ପିଇଓ ଜଣକ ବିଷପିଇ ଦେଇଛନ୍ତି । ପରିବାର ତରଫରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି । ୩ ଜଣିଆ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି । ଅତିରିକ୍ତ ଉପଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି , ଘଟଣା ସମୟର ଭିଡିଓ ଫୁଟେଜ୍‌ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି । ଅନ୍ୟପଟେ ଏହାକୁ ଏକ ଷଡଯନ୍ତ୍ର ବୋଲି କହି ଘଟଣାକୁ ଖଣ୍ଡନ କରିଛନ୍ତି ପିଇଓଙ୍କ ପତ୍ନୀ ।
 

ସମ୍ବନ୍ଧିତ ଖବର ଖସିଲା ସୁନା,ରୁପା ଦର

Tags: