ବଢୁଛି ଶୀତର ପ୍ରକୋପ,୧୦ ଡିଗ୍ରୀ ତଳେ ୮ ସହର
ଭୁବନେଶ୍ୱର : ପାରଦ ହେଉଛି ତଳ ମୁହାଁ । ହାଡ଼ ଭଙ୍ଗା ଜାଡରେ ଥରୁଛି ସାରା ରାଜ୍ୟ । କ୍ରମାଗତ ଭାବରେ ୧୫ ଦିନ ହେବ ଖସୁଛି ରାତି ତାପମାତ୍ରା । ସନ୍ଧ୍ୟା ହେଲେ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ପ୍ରବଳ ଥଣ୍ଡାରେ ୧୦ ଡିଗ୍ରୀ ତଳେ ରହିଛି ୮ ସହର । ତେବେ ଆଗକୁ ଆହୁରି ସପ୍ତାହେ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ହେବା ଯୋଗୁଁ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି । ଲୋକମାନେ ଲାଇଟ ଲଗାଇ ଯିବାଆସିବା କରୁଛନ୍ତି । ସନ୍ଧ୍ୟା ୭ଟା ପରେ ରାସ୍ତାଘଟ ଶୂନଶାନ ହୋଇଯାଉଛି ।
ଗତକାଲି ସୁଦ୍ଧା ତାପମାତ୍ରା ଅନୁସାରେ,ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍, ଫୁଲବାଣୀ ୬, ଦାରିଙ୍ଗିବାଡ଼ି ୬, ସେମିଳିଗୁଡ଼ା ୬.୧, କୋରାପୁଟ ୭, ମୟୁରଭଞ୍ଜ ୪.୧ ,ରାଉରକେଲା ୮.୨, ଚିପିଲିକା ୮.୬, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୁଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡ଼ା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ଼ ୧୦.୬, ସମ୍ବଲପୁର ୧୧.୮ ଓ ନୂଆପଡ଼ା ୧୨ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ଥିଲା ।




