ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ

ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି

ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୪ ଟା ୩୦ରେ ରାଷ୍ଟ୍ରପତି ବିଧାନସଭାରେ ପହଞ୍ଚିବେ । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ରାଷ୍ଟ୍ରପତି ବିଧାନସଭାରେ ରହି ସ୍ବତନ୍ତ୍ର ତଥା ଐତିହାସିକ ଅଭିଭାଷଣ ପ୍ରଦାନ କରିବେ। ବିଧାୟକ, ନିମନ୍ତ୍ରିତ ଅତିଥି ଏବଂ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ବିଧାନସଭାକୁ ସମ୍ବୋଧିତ କରିବା ସହ ମନ୍ତ୍ରୀ ଥିବା ସମୟରେ ବସୁଥିବା ଚାମ୍ବରକୁ ମଧ୍ୟ ବୁଲି ସ୍ମୃତି ସାଉଁଟିବେ।  ଏଥିପାଇଁ ବିଧାନସଭାର ଭିତର ଓ ବାହାରକୁ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି।

ସମ୍ବନ୍ଧିତ ଖବର ଖୁବଶୀଘ୍ର ପ୍ରାର୍ଥୀ ଦେବ ବିଜେପି

ଅନ୍ୟପଟେ ପ୍ରଥମ ଦିନରେ ପ୍ରଥମାର୍ଦ୍ଧ ସକାଳ ୧୧ ଟାରୁ ଆରମ୍ଭ ହେବ ଗୃହ। ପ୍ରଥମ ଦିନରେ ଗୃହର ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ। ଏହାପରେ ଗୃହ ଦ୍ବିତୀୟାର୍ଦ୍ଧ ଯାଏ ମୁଲତବୀ ରହିବ । ନଭେମ୍ୱର ୨୭ରୁ ଡିସେମ୍ବର ୩୧ ଯାଏ ଚାଲିବ ଅଧିବେସନ । ୨୮ତାରିଖ ଦିନ ଗୁହରେ ଅତିରିକ୍ତ ବଜେଟ ଆଗତ ହେବ। 

ସମ୍ବନ୍ଧିତ ଖବର ଟଳିଲେ ୨ ମାଓବାଦୀ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିଥିବା ବେଳେ ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଅପରପକ୍ଷେ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଗୁରୁବାର ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଯାଇଛି। 

ସମ୍ବନ୍ଧିତ ଖବର ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି ମଣତି - ମନ୍ତ୍ରୀ

Tags: